www.samajalive.in
Monday, December 8, 2025
27.1 C
Bhubaneswar

ବସ ପରେ ବସ୍ ଭଡ଼ା: ଯୋଗୀଙ୍କୁ ସମର୍ଥନ ଦେଲେ ମାୟାବତୀ, କଂଗ୍ରେସକୁ କହିଲେ ‘କାଙ୍ଗାଳ’

ଲକ୍ଷ୍ନୌ: ଶ୍ରମିକଙ୍କ ସ୍ଥାନାନ୍ତର ନେଇ ଉତ୍ତରପ୍ରଦେଶରେ ବସ୍ ରାଜନୀତି ସରଗରମ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ବସ୍ ତାଲିକାକୁ ନେଇ ଯୋଗୀ ସରକାର ପାଲଟା ଆକ୍ରମଣ କରିବା ଘଟଣା ସାରା ପ୍ରଦେଶକୁ ସରଗରମ କରି ରଖିଛି । ଶ୍ରମିକଙ୍କୁ ସ୍ଥାନାନ୍ତର ନିମନ୍ତେ କଂଗ୍ରେସ ଦେଇଥିବା ବସ୍ ତାଲିକାରେ ମୋଟର ସାଇକେଲ, ସ୍କୁଟର, ଅଟୋରିକ୍ସା, ଆମ୍ବୁଲାନ୍ସ ନମ୍ବର ରହିବା ଘଟଣାକୁ ନେଇ ଚାଲିଛି ବାକ୍ୟ ଯୁଦ୍ଧ । ଏପରି ସ୍ଥିତିରେ କୋଟାରୁ  ଛାତ୍ରଛାତ୍ରୀଙ୍କୁ ପଠାଇବା ନିମନ୍ତେ ରାଜସ୍ଥାନ ସରକାର ଉତ୍ତରପ୍ରଦେଶ ସରକାରଙ୍କୁ ଯେଉଁ ବସ୍ ବିଲ୍ ଦିଆଯାଇଛି ତାହାକୁ ନେଇ ପୁଣି ଥରେ ରାଜନୀତି ତେଜିଛି । ଏହି ପ୍ରସଙ୍ଗରେ ଯୋଗୀ ସରକାରକୁ ସମର୍ଥନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ଅଧ୍ୟକ୍ଷା ମାୟାବତୀ । ଏହା ସହିତ କଂଗ୍ରେସକୁ ‘କାଙ୍ଗାଳ’ ବୋଲି ଅଭିହିତ କରି ଦଳ ରାଜନୀତି କରୁଛି ବୋଲି କଡ଼ା ଭାଷାରେ କହିଛନ୍ତି ।

- Advertisement -

କଂଗ୍ରେସ ସରକାର ଦ୍ୱାରା କୋଟାରୁ ପାଖାପାଖି ୧୨ ହଜାର ଲୋକଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ କଂଗ୍ରେସ ୩୬ ଲକ୍ଷ ଟଙ୍କାର ଯେଉଁ ବିଲ ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଛି ତାହା କଂଗ୍ରେସର ଅମାନବୀୟ ଓ କାଙ୍ଗାଳ ପରିସ୍ଥିତିକୁ ଦର୍ଶାଉଛି ବୋଲି ଟ୍ବିଟ୍ କରିଛନ୍ତି ମାୟାବତୀ । ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ ଏହିଭଳି ଘୃଣ୍ୟ ରାଜନୀତି ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁଖଦ ବୋଲି ସେ କହିଛନ୍ତି ।

ସେହିପରି ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ନିମନ୍ତେ ବସ୍ ଯୋଗାଡ଼ କରିବା ପ୍ରସଙ୍ଗକୁ ମଧ୍ୟ କଂଗ୍ରେସକୁ ନିଶାଣ କରିଛନ୍ତି ମାୟାବତୀ । ଅନ୍ୟ ଏକ ଟ୍ବିଟରେ ରାଜସ୍ଥାନ ସରକାର ଏକପକ୍ଷରେ କୋଟାରୁ ଉତ୍ତର ପ୍ରଦେଶକୁ ଛାତ୍ରଛାତ୍ରୀଙ୍କୁ ନିଜ ଘରକୁ ପଠାଇବା ପାଇଁ  ମନ ଇଛା ଭଡା ଅସୁଲ କରୁଛି | ଅନ୍ୟ ପକ୍ଷରେ  ପ୍ରବାସୀ ଶ୍ରମିକଙ୍କୁ ଉତ୍ତର ପ୍ରଦେଶ ନିଜ ଘରକୁ ପଠାଇବା ପାଇଁ ବସ୍ ପ୍ରସଙ୍ଗ ଉଠାଇ ରାଜନୈତିକ ଖେଳ ଖେଳୁଛି | ଏହା କେତେଦୂର ଯୁକ୍ତିଯୁକ୍ତ ଏବଂ ମାନବୀୟ ବୋଲି ସେ ପ୍ରଶ୍ନ କରିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories