www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ: କଂଗ୍ରେସ

ଭୁବନେଶ୍ୱର: ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶ ଅନୁସାରେ ପ୍ରତ୍ୟେକ ରାଜ୍ୟ କଂଗ୍ରେସ ସଭାପତିମାନେ ନିଜ ରାଜ୍ୟର ଶ୍ରମିକ ଭାଇଭଉଣୀମାନଙ୍କର ରାଜ୍ୟକୁ ଫେରିବା ପାଇଁ ସମସ୍ତ ରେଳ ଭଡା ଖର୍ଚ୍ଚ ବହନ କରିବେ। ଏହି ନିର୍ଦେଶ ଅନୁସାରେ ରାଜ୍ୟ କଂଗ୍ରେସ ତରଫରୁ ବାହାରେ ଥିବା ଓଡିଆ ଶ୍ରମିକମାନଙ୍କ ନିମନ୍ତେ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଥିଲା। ଏହି ହେଲ୍ପ ଲାଇନ୍ ନମ୍ବର ମାଧ୍ୟମରେ ଆଜି ପର୍ଯ୍ୟନ୍ତ ଶତାଧିକ ଓଡିଆ ଶ୍ରମିକମାନେ ଯୋଗାଯୋଗ କରିଛନ୍ତି। ଏହି ଅନୁସାରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକ ଜ୍ଞାନଦେବ ବେଉରା ଏକ ଚିଠି ୧୪.୫.୨୦୨୦ରେ ଓଡିଶା ସରକାରଙ୍କ ଗୃହ ବିଭାଗ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଲେଖିଥିଲେ ଏବଂ ଅନୁରୋଧ କରାଯାଇଥିଲା ଯେ ଫସି ରହିଥିବା ଓଡିଶା ଶ୍ରମିକମାନଙ୍କୁ ଆମେ ଖର୍ଚ୍ଚ ବହନ କରି ଫେରାଇ ଆଣିବାକୁ ଚାହୁଁଛୁ। ଏଥିପାଇଁ ରାଜ୍ୟ ସରକାରଙ୍କର ସହଯୋଗର ଆଶା ରଖିଥିଲୁ। କିନ୍ତୁ ଏ ଚିଠି ପାଇବାର ୫ ଦିନ ପରେ ମଧ୍ୟ ଗୃହ ବିଭାଗ ଶାସନ ସଚିବ କୌଣସି ଉତ୍ତର ରଖିଲେ ନାହିଁ। ଏଣୁ ଏଥିରୁ ସ୍ପଷ୍ଟ ଅନୁମେୟ ରଜ୍ୟ ସରକାର ବିଭିନ୍ନ ରାଜ୍ୟରେ ଫସିଥିବା ଓଡିଆ ଭାଇଭଉଣୀମାନଙ୍କୁ ଉଦ୍ଧାର କରିବା ପାଇଁ କେତେ ତତ୍ପର ତାହା ସହଜରେ ଅନୁମାନ କରାଯାଇପାରୁଛି। ରାଜ୍ୟ ସରକାରଙ୍କ ଏପରି ଆଚରଣ ଓ ଉଚ୍ଚାରଣକୁ କଂଗ୍ରେସ ଅତି ଦୃଢ ସ୍ୱରରେ ନିନ୍ଦା କରୁଛି। କାରଣ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ତିଳେମାତ୍ର ଦରଦ ନାହିଁ ବୋଲି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories