www.samajalive.in
Wednesday, December 10, 2025
18.1 C
Bhubaneswar

ଭୁବନେଶ୍ୱରରେ ଖୋଲିବ ସେଲୁନ ଓ ଜଳଖିଆ ଦୋକାନ; ମନ୍ଦିର-ମଲ-ଜିମ-ସିନେମା ହଲ ଲାଗି କଟକଣା ବଳବତ୍ତର

ଭୁବନେଶ୍ବର : ଲକଡାଉନର ଚତୁର୍ଥ ପର୍ଯ୍ୟାୟ ମେ ୩୧ ତାରିଖ ଯାଏ ବୃଦ୍ଧିପରେ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଲକଡାଉନ ୪.୦ରେ କେଉଁ କ୍ଷେତ୍ରକୁ କଟକଣା କୋହଳ କରାଯାଇଛି ଓ କେଉଁ କ୍ଷେତ୍ରରେ କଟକଣା ଜାରିରହିଛି  ତାହା ସ୍ପଷ୍ଟ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ  ।

– ବିମାନସେବା ଉପରେ ସମ୍ପୂର୍ଣ୍ଣ ରୂପେ କଟକଣା ବଳବତ୍ତର ରହିଛି ।
– ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଅନଲାଇନ ପାଠପଢ଼ା ଚାଲୁ ରହିବ ।
– ସିନେମା, ସପିଂମଲ, ଜିମ, ଅଡିଟୋରିୟମ, ସୁଇମିଂପୁଲ, ଗେମ ପାର୍ଲର, ମନୋରଂଜନ ପାର୍କ, ସଭାଗୃହ ଆଦି ବନ୍ଦ ରହିବ ।
– ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ, ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ନାହିଁ ।

- Advertisement -

– ସେଲୁନ, ପାର୍ଲର ଓ ସ୍ପା ଖୋଲିବ କିନ୍ତୁ ମାସ୍କ ଓ ଗ୍ଲୋଭସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

– ରାସ୍ତାକଡ ଜଲଖିଆ ଦୋକାନ ଖୋଲିବ, ହେଲେ ସେଠାରେ ଖାଇପାରିବେ ନାହିଁ । ଲୋକେ ଖାଦ୍ୟ ପୁଡିଆ ଘରକୁ ନେଇପାରିବେ।

– କ୍ରୀଡ଼ା ପରିସର ଖୋଲିବ। ଖେଳାଳି ଭିତରକୁ ପ୍ରବେଶ କରି ପାରିବେ କିନ୍ତୁ ଦର୍ଶକମାନେ ଯାଇପାରିବେ ନାହିଁ ।
– ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ନାହିଁ ।
– ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ କ୍ୟାଣ୍ଟିନ ଖୋଲାଯାଇପାରିବ ନାହିଁ ।
– ହେଟେଲ, ରେସ୍ତୋରାଁ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ପାଇଁ କୌଣସି ଅସୁବିଧା ନାହିଁ ।
– ହେଟେଲ, ଲଜ, ଅତିଥିବ ଭବନ ଓ ଅନ୍ୟ ହସ୍ପିଟାଲିଟି ସେବା ଯୋଗାଉଥିବା ସ୍ଥାନ ଚାଲୁ ରହିବ  ।

– ମଲ୍ଟି ଷ୍ଟୋରେଡ ସପ୍ପିଂମଲରେ ଗ୍ରୋସରୀ, ପନିପରିବା, ମେଡିସିନ ଦୋକାନ ଖୋଲିପାରିବ କିନ୍ତୁ ଅନ୍ୟ ସାମଗ୍ରୀ ବିକ୍ରିକୁ ଅନୁମତି ମିଳିବ ନାହିଁ ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁସାରେ ଦୋକାନର ମାଲିକ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଦାୟୀ ହେବେ । ସମସ୍ତ ଦୋକାନ ଅଥବା ବ୍ୟଣିଜ୍ୟିକ ପ୍ରତିଷ୍ଠାନରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଫ୍ଲୁ ଲକ୍ଷଣ ଥିଲେ କୌଣସି ବ୍ୟକ୍ତିଙ୍କୁ କୌଣସି ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନକୁ ଯାଇପାରିବେ ନାହିଁ । ବିଏମ୍ସିର ପୂର୍ବ ଆଦେଶ ଅନୁସାରେ ଭୁବନେଶ୍ୱରରେ ପରିବା ଓ ଗ୍ରୋସରୀ ଦୋକାନ ଖୋଲିପାରିବ । ସେହିପରି ବାରିକ ଦୋକାନ, ସାଲୁନ, ବିଉଟି ପାର୍ଲରରେ କର୍ମୀ ସଠିକ ପିପିଇ ଯଥା ମାସ୍କ, ହାତ ଗ୍ଲୋଭସ ଆଦି ବ୍ୟବହାର କରିବେ। ଔଷଧ ଦୋକାନକୁ ଛାଡି ସମସ୍ତ ଦୋକାନଗୁଡ଼ିକ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଖୋଲିପାରିବ ।

ରାଜଧାନୀର ୧୧ଟି ସପିଂ ମଲ ଉପରେ କଟକଣା ବଳବତ୍ତର ରହିଛି ସେଗୁଡ଼ିକ ହେଲା- 

୧- ଏପ୍ଲାନେଡ ୱାନ୍,ରସୁଲଗଡ଼

୨- ଫୋରମ ମାର୍ଟ, ସତ୍ୟନଗର

୩- ବିଏମସି ଭବାନୀ ମଲ, ସହିଦନଗର

୪- ସେଣ୍ଟ୍ରାଲ ସପିଂ ମଲ, ସହିଦନଗର

୫- ପାଣ୍ଟାଲୁନ୍ ମଲ, ସହିଦନଗର

୬- ରିଲାଏନ୍ସ ସୁପର , ଭୁବନେଶ୍ୱର ରେଳଷ୍ଟେନ ପାଖ

୭- ଉତ୍କଳ ଗ୍ୟାଲେରିଆ, କଳ୍ପନା ସ୍କୋୟାର

୮- ବିଏମସି କେଶରୀ ମଲ୍, ୟୁନିଟ୍-୨ ମାର୍କେଟ

୯- ସିଫୋନି ମଲ୍, ରୁଦ୍ରପୁର

୧୦- ଡିଏନ ରେଗାଳିଆ ମଲ, ପାତ୍ରପଡ଼ା

୧୧- କ୍ରୀଷ୍ଣା ପ୍ଲାଜା ମଲ୍, ନୟାପଲ୍ଲୀ

 

 

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories