www.samajalive.in
Tuesday, December 9, 2025
16.1 C
Bhubaneswar

ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

ଭୁବନେଶ୍ୱର: କରୋନା ମହାମାରୀର ସଂକଟ ଘନେଇଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବୃଦ୍ଧି କରିବା ଫଳରେ ଡିଜେଲ ଓ ପେଟ୍ରୋଲର ଦରବୃଦ୍ଧି ଘଟିଛି। ରାଜ୍ୟରେ ଡିଜେଲ୍‌ ଓ ପେଟ୍ରୋଲ୍‌ ଦର ବୃଦ୍ଧି ବିରୋଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଭୁବନେଶ୍ୱରରେ ପ୍ରତିବାଦ ସ୍ବରୂପ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ସିପିଆଇକର୍ମୀମାନେ ହାତରେ ତୈଳଦର ବୃଦ୍ଧି ବିରୋଧରେ ପ୍ଲାକାର୍ଡ ପ୍ରଦର୍ଶନ ସହିତ ଅଶୋକନଗରଠାରେ ପ୍ରତିବାଦ କରିଥିଲେ। ଲକ୍ଡ଼ାଉନ ନିୟମମାନି ସାମାଜିକ ଦୂରତାକୁ ବଜାୟ ରଖି ଏବଂ ମୁହଁରେ ମାସ୍କପିନ୍ଧି ସିପିଆଇର ପ୍ରତିବାଦକାରୀମାନେ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ସିପିଆଇର ଜୋନ ସମ୍ପାଦକ ସୁର ଜେନା କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ନୋଟବନ୍ଦୀ, ଜିଏସ୍‌ଟି ଓ ଭୁଲ୍ ଆର୍ଥିକ ନୀତି ଫଳରେ ଦେଶରେ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା। କୋଭିଡ଼-୧୯ ମହାମାରୀ ଯୋଗୁ ଶ୍ରମିକଶ୍ରେଣୀ ସର୍ବାଧିକ ଦୁର୍ଦ୍ଦଶାରେ ପଡ଼ିଥିବା ସମୟରେ, ଶ୍ରମିକ ଛଟେଇ ଓ ଦରଦାମ୍ ବୃଦ୍ଧି ସାଙ୍ଗକୁ ବାରମ୍ବାର ତୈଳଦର ବୃଦ୍ଧି କରିବା ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ଆକ୍ରମଣ ବୋଲି ମତ ପ୍ରକାଶ କରି ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ୍ ଓ ଡିଜେଲର୍‌ ଦରବୃଦ୍ଧି ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, ଯୁଧିଷ୍ଠୀର ପାତ୍ର, ଡାକ ହେମ୍ବ୍ରମ, ଛେତମ୍ବର ଭୋଇ, ଲୋକନାଥ ଭୋଇ, କାର୍ତ୍ତିକ ସେଠି ଓ ପବିତ୍ର ସ୍ୱାଇଁ ପ୍ରମୁଖ ଏହି ବିକ୍ଷୋଭ ଓ ପ୍ଲାକାର୍ଡ଼-ଶୋର ନେତୃତ୍ୱ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories