www.samajalive.in
Tuesday, December 9, 2025
17.1 C
Bhubaneswar

ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ପାଇଁ ଉଠିଲା ଲଗ୍ନଥାଳ; ୨୬ରେ ମଙ୍ଗଳପାଗ, ୨୭ ଦେବଦମ୍ପତିଙ୍କ ବିବାହ

ଆରଡି : ବାବା ଆଖଣ୍ଡଳମଣିଙ୍କ ଚଳିତ ବିବାହ ଉତ୍ସବ ଆସନ୍ତା ୨୭ରେ ପାଳିତ ହେବ। ଏଥିପାଇଁ ସୋମବାର ଏକାଦଶୀ ତିଥିରେ ବ୍ରହ୍ମଣ ଓ ଜ୍ୟୋତିଷଙ୍କ ଦ୍ୱାରା ଲଗ୍ନଚିଟାଉ ଲେଖାଯିବା ସହିତ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଲଗ୍ନଥାଳ ଉଠିଥିଲା। ମହମାରୀ କରୋନା ପାଇଁ ଲକଡାଉନ ଜାରି ରହିଥିବାରୁ ସାମାଜିକ ଦୂରତା ରକ୍ଷା କରି ବିଧିବିଧାନ ଅନୁଯାୟୀ ସମସ୍ତ ନୀତିକାନ୍ତି ସେବାକାରୀମାନଙ୍କ ଦ୍ୱାରା କରାଯାଇଥିଲା।

ସୋମବାର ଭୋର ପହଡ ଖୋଲିବା ପରେ ଦୈନଦିନ ନୀତିକାନ୍ତି ଅନୁଯାୟୀ ମଙ୍ଗଳ ଆଳତୀ, ମହାସ୍ନାନ ଘର୍ଷଣଲାଗି ଆଦି ସରିବା ପରେ ଚନ୍ଦନ, ଫୁଲ ବେଲ୍ୱପତ୍ର ଓ ନୂତନବସ୍ତ୍ର  ଲାଗି କରାଯାଇ ମଣିବାବଙ୍କୁ ଦିଗମ୍ବ ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ସକାଳ ୯ଟାରେ ପହଡଖିଆ ଅନ୍ନନୀତି, ୧ଟାରେ ଯୋଗୀବେଶ ଓ ବଡନୀତଭୋଗ ସରିବା ପରେ ୧ଘଣ୍ଟା ଶୟନ(ଅବକାଶ) ନୀତି କରାଯାଇଥିଲା। ପରେ  ଚଳିତ ବିବାହ ଉତ୍ସବରେ ମଣିବାବଙ୍କ ଠାରୁ ଆଜ୍ଞା ପାଇଥିବା ବରପିତା ଭାବେ ତପନ ପାଢୀ, ଓ କନ୍ୟାପିତା ଭାବେ ଚନ୍ଦ୍ରମଣି ପାଢୀଙ୍କ ଦାତା ଚନ୍ଦ୍ରଶେଖର ଦାଶ ଲଗ୍ନଥାଳ ଉଠାଇବା ସହ ବୈଦିକ ରୀତିନୀତି ଅନୁଯାୟୀ ଲଗ୍ନଚିଟାଉ, ଓ ଗୁଆ ମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ କରିଥିଲେ। ପରେ ମନ୍ଦିର ବିଧିବିଧାନ ରକ୍ଷା କରି ମନ୍ଦିର ମଧ୍ୟରେ  ଯେପରି ଭାବେ ସଳ୍ୱ ସେବାୟତଙ୍କ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ ସେଥିପାଇଁ ମନ୍ଦି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଉଭୟ ସେବାୟତ ଓ ପ୍ରଶାସନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏପରିକି ବିଧିବିଧାନ ଅନୁଯାୟୀ ଆସନ୍ତା ୨୬ରେ ମଙ୍ଗଳପାଗ ଅନୁଷ୍ଠତ ହେବା ସହିତ ୨୭ରେ ବରଧରା ବରଣୀ ଓ ଦେବଦମ୍ପତିଙ୍କର ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ଚୂଡାନ୍ତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories