www.samajalive.in
Tuesday, December 9, 2025
17.1 C
Bhubaneswar

ମେ’ ୨୦ ତାରିଖରେ ସ୍ଥଳଭାଗ ଛୁଇଁବ ‘ଅମ୍ପନ’

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ପନ’ ସୋମବାର ମହାବାତ୍ୟାରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ, କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକ ସହିତ ଏକ ଜରୁରି ବୈଠକରେ ଏହି ମହାବାତ୍ୟା ମୁକାବିଲାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ଆଇଏମଡି, ଏନଡିଏମଏ, ଏନଡିଆରଏଫ ଓ ଭାରତ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ‘ଅମ୍ପନ’ ମହାବାତ୍ୟା ୨୦ ତାରିଖ ଅପରାହ୍ଣରେ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳ ଭାଗ ଛୁଇଁବ। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହା ଅତ୍ୟଧିକ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇସାରିଥିବ ଏବଂ ପବନର ବେଗ ଘଣ୍ଟା  ପ୍ରତି ୧୯୫ କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର, ଦକ୍ଷିଣ ଓ ଉତର ୨୪ ପ୍ରଗଣା, ହାଓଡ଼ା, ହୁଗଲି ଓ କୋଲକାତାରେ ଏହାର ଅଧିକ ପ୍ରଭାବ ଅନୁଭୂତ ହେବ । ଏହି ସାମୁଦ୍ରିକ ଝଡ଼ର ପ୍ରଭାବ ଓଡ଼ିଶାର ଉତ୍ତର ଉପକୂଳବର୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ମଧ୍ୟ ଅନୁଭୂତ ହେବ।
ଏହି ଝଡ଼ ପ୍ରଭାବରେ ସମୁଦ୍ରରେ ୪ରୁ ୫ମିଟର ଉଚ୍ଚର ଜୁଆର ଉଠିପାରେ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲାରେ ଏହି ବାତ୍ୟା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଛି।

Image Source : PIB

ବାତ୍ୟା ପ୍ରଭାବିତ ଅଂଚଳରେ ଥିବା ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତର କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ କରି ରଖିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କ୍ଷୟକ୍ଷତି ଘଟିବା ପରେ ବିଦ୍ୟୁତ, ଟେଲି ଯୋଗାଯୋଗ ଭଳି ଜରୁରି ସେବା ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଯଥେଷ୍ଟ ପ୍ରସ୍ତୁତି କରିବା ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି। କୌଣସି ପ୍ରକାରର ବାଧା ଉପୁଜିଲେ ଯଥାସମୟରେ ଏବଂ ତୁରନ୍ତ ଏହିସବୁ ସେବା ଚାଲୁ କରିବା ନିମନ୍ତେ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି।
ଭାରତୀୟ ଉପକୂଳ ସୁରକ୍ଷା ବାହିନୀ ଏବଂ ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ଜାହାଜ ଓ ହେଲିକପ୍ଟର ପ୍ରସ୍ତୁତ ରଖାଯାଇଛି । ଏହିସବୁ ରାଜ୍ୟରେ ଥିବା ସ୍ଥଳସେନା ଓ ବାୟୁ ସେନା ୟୁନିଟଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏନଡିଆରଏଫ ପକ୍ଷରୁ ୨୫ଟି ଦଳକୁ ପ୍ରସ୍ତୁତ ରଖାଯାଇଛି। ଏହାଛଡ଼ା ୧୨ଟି ଅତିରିକ୍ତ ଦଳକୁ ପ୍ରସ୍ତୁତ ରଖାଯାଇଛି । ଏହି ଦଳ ନିକଟରେ ଡଙ୍ଗା, ଗଛ କଟା ଯନ୍ତ୍ରୀ, ଟେଲି ଯୋଗାଯୋଗ ସରଞ୍ଜାମ ଆଦି ମହଜୁଦ ରହିଛି ।
ଆଇଏମଡି ପକ୍ଷରୁ ସଦ୍ୟତମ ପୂର୍ବାନୁମାନ ତଥ୍ୟ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିୟମିତ ବୁଲେଟିନ ଜରିଆରେ ଯୋଗାଇ ଦିଆଯାଉଛି। ଗୃହ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା କରୁଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories