www.samajalive.in
Monday, December 8, 2025
20.1 C
Bhubaneswar

କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ ପାଇଁ ଖୋଲିଲା କଳିଙ୍ଗ ଷ୍ଟାଡିୟମ୍‌

ଭୁବନେଶ୍ଵର : କରୋନା ଲକ ଡାଉନର ଚତୁର୍ଥ ପର୍ଯ୍ୟାୟ କେନ୍ଦ୍ର ସରକାର ଲକ୍‌ଡାଉନ୍‌ରେ କିଛି କୋହଳ ଆଣିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ କ୍ରିଡାବିତ ଷ୍ଟାଡିୟମରେ ପ୍ରଶିକ୍ଷଣ ନେଇପାରିବେ । କ୍ରୀଡ଼ାବିତ୍‌ମାନେ ପ୍ରଶିକ୍ଷଣ ବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମୁହଁରେ ମାସ୍କ ପିନ୍ଧିବା, ହାତ ସଫା କରିବା ଓ ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବାକୁ କେନ୍ଦ୍ର ସରକାର ଗାଇଡଲାଇନରେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ କ୍ରୀଡ଼ାବିତ୍‌ମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ କଳିଙ୍ଗ ଷ୍ଟାଡିୟମ ଆଜିଠାରୁ ଖୋଲା ଯାଇଛି । ରାଜ୍ୟ ସରକାର ମଧ୍ୟ କଳିଙ୍ଗ ଷ୍ଟାଡିୟମ ଖୋଲା ରଖି କ୍ରିଡାବିତମାନଙ୍କୁ ପ୍ରଶିକ୍ଷଣ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜି କଳିଙ୍ଗ ଷ୍ଟାଡିୟମ ଖୋଲିବା ପରେ କ୍ରିଡାବିତ ଦୂତି ଚାନ୍ଦ ଏବଂ ଅମିୟ ମଲ୍ଲିକ ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳିଥିଲା ।


କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼୍‍ଲାଇନ୍‌ ପାଳନ କରି କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲା ରହିବ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତୀ ବେହେରା କହିଛନ୍ତି । ଯଦି ପ୍ରଶିକ୍ଷଣ ବେଳେ କୈାଣସି କ୍ରୀଡ଼ାବିତଙ୍କ କରୋନା ଲକ୍ଷଣ ଦେଖାଯାଏ ସେମାନଙ୍କୁ ପ୍ରଶିକ୍ଷଣ ଓ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories