www.samajalive.in
Monday, December 8, 2025
27.1 C
Bhubaneswar

ବ୍ରହ୍ମପୁର ‘ଆଇଜର୍’ରେ ହେବ କୋଭିଡ୍‌-୧୯ ପରୀକ୍ଷା; ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷଣ ସଂଖ୍ୟା ୯୧,୨୨୩

ଭୁବନେଶ୍ବର: ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର୍‌)ରେ କୋଭିଡ୍‌-୧୯ ପରୀକ୍ଷା ପାଇଁ ଅନୁମତି ମିଳିଛି। ‘ଆଇଜର୍‌’ରେ କୋଭିଡ୍‌-୧୯ ପରୀକ୍ଷା ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏହାଦ୍ବାରା ଗଞ୍ଜାମ ଜିଲାରେ ଅଧିକ ସଂଖ୍ୟାରେ କରୋନା ସଂକ୍ରମଣ ପଜିଟିଭ୍‌ ରୋଗୀ ଚିହ୍ନଟ କରାଯାଇପାରିବ। ଏଠାରେ କରୋନା ପଜିଟିଭ୍‌ ଚିହ୍ନଟ ବାହାରି ଥିବା ରୋଗୀମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯାଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି।
କରୋନା ଭୂତାଣ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏବେ ପ୍ରତିଦିନ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରୁଥିବାରୁ ‘କୋଭିଡ୍‌-୧୯’ ପରୀକ୍ଷଣ ଉପରେ ସରକାର ଅଧିକ ଗୁୁରୁତ୍ବ ଦେଇଛନ୍ତି। ଏବେ ଗଞ୍ଜାମ ଜିଲାରେ କରୋନା ସ୍ଥିତି ଉଦ୍‌ବେଗଜନ ସ୍ଥିତି ରହିଛି। ଏଠାରେ ଅଧିକ କୋଭିଡ୍‌-୧୯ ପରୀକ୍ଷଣ ସଂଖ୍ୟା ବୃଦ୍ଧି କରାଯିବା ନେଇ ସରକାର ପ୍ରସ୍ତାବ ଦେଇଥିଲେ। ଫଳରେ ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର୍‌)ରେ କୋଭିଡ୍‌-୧୯ ପରୀକ୍ଷଣ ନିମନ୍ତେ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଆବଶ୍ୟକୀୟ ଅନୁମୋଦନ ମିଳିଛି। ଅନୁମୋଦନ ମିଳିବା ପରେ ‘ଆଇଜର’ରେ ଖୁବ୍‌ ଶୀଘ୍ର କୋଭିଡ୍‌-୧୯ ପରୀକ୍ଷଣ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

ପୂର୍ବରୁ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆର୍‌ଏମ୍‌ଆର୍‌ସି), ଭୁବନେଶ୍ୱର, ଅଖିଳ ଭାରତ ଆୟର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍‌ସ୍‌), ଭୁବନେଶ୍ୱର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ (ଏସ୍‌ସିବି), କଟକ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ୍‌ (ଏମ୍‌କେସିଜି), ବ୍ରହ୍ମପୁର, ବୀର ସୁରେନ୍ଦ୍ର ସାଏ ମେଡିକାଲ୍‌ କଲେଜ୍‌(ଭିମ୍‌ସାର), ବୁର୍ଲା, ଜୀବବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌), ଭୁବନେଶ୍ୱର ଓ ଇସ୍ପାତ୍‌ ଜେନେରାଲ୍‌ ହସ୍‌ପିଟାଲ୍‌ (ଆଇଜିଏଚ୍‌), ରାଉରକେଲା ଆଦି ପ୍ରତିଷ୍ଠାନଗୁଡ଼ିକ ‘କୋଭିଡ୍‌-୧୯’ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଗତକାଲି ସୁଦ୍ଧା ଏସବୁ ପ୍ରତିଷ୍ଠାନଗୁଡ଼ିକରେ ମୋଟ୍‌ ୫୦୮୩ କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ୍‌-୧୯ ପରୀକ୍ଷଣ ସଂଖ୍ୟା ୯୧,୨୨୩ରେ ପହଞ୍ଚିଛି ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories