www.samajalive.in
Sunday, December 7, 2025
14.1 C
Bhubaneswar

ନୌସେନାରେ ସାଶେ, ସି-୪୫୦ ଏବଂ ସି-୪୫୧ ଜାହାଜ ସାମିଲ

ସମାଜ ପୋର୍ଟାଲ ଡେସ୍କ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଭାରତୀୟ ଉପକୂଳରକ୍ଷୀ ବାହିନୀର ସାଶେ, ସି-୪୫୦ ଏବଂ ସି-୪୫୧ ଜାହାଜକୁ ଗୋଆଠାରେ ସାମିଲ୍‍ କରିଛନ୍ତି। ଏହି ତିନୋଟି ଜାହାଜକୁ ପ୍ରଧାନମନ୍ତ୍ରୀଙ୍କ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଦେଶୀୟ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି। ଭାରତୀୟ ନୌବାହିନୀ ଇତିହାସରେ ପ୍ରଥମଥର ପାଇଁ ଉପକୂଳରକ୍ଷୀ ବାହିନୀ ଜାହାଜଗୁଡ଼ିକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ସାମିଲ କରାଯାଇଛି।

ଡିଜିଟାଲ୍ ମାଧ୍ୟମରେ ଏହାର କମିଶନିଙ୍ଗ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଭାରତର ଉପକୂଳ ଦକ୍ଷତା ବିକାଶ ପ୍ରକ୍ରିୟାରେ ଏହି ଜାହାଜଗୁଡ଼ିକର କାର୍ଯ୍ୟକାରିତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। ସେ କହିଛନ୍ତି, କୋଭିଡ-୧୯ ଭଳି ପରିସ୍ଥିତି ସତ୍ତ୍ୱେ ଏହା ଦେଶର ସୁରକ୍ଷା ଏବଂ ନିରାପତ୍ତା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଏବଂ ନିଷ୍ଠାର ଏକ ବଡ଼ ଉଦାହରଣ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ‘ସାଗର’ ସମ୍ପର୍କରେ ଉଲ୍ଲେଖ କରି ରାଜନାଥ କହିଛନ୍ତି ଯେ ମହାସାଗର କେବଳ ଦେଶର ନୁହେଁ, ବିଶ୍ୱର ଜୀବନରେଖ ଅଟେ। ନିରାପଦ, ସୁରକ୍ଷିତ ଏବଂ ପରିଷ୍କାର ସମୁଦ୍ର ଆମ ଦେଶ ନିର୍ମାଣ ପାଇଁ ଅର୍ଥନୈତିକ ସୁଯୋଗ ପ୍ରଦାନ କରୁଛି। ସେ କହିଛନ୍ତି, ଭାରତ ଏକ ଉଦୀୟମାନ ସାମୁଦ୍ରିକ ଶକ୍ତି ସମ୍ପନ୍ନ ଦେଶ ଏବଂ ଦେଶର ସମୃଦ୍ଧତା ମଧ୍ୟ ସମୁଦ୍ର ଉପରେ ନିର୍ଭରଶୀଳ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories