www.samajalive.in
Monday, December 8, 2025
17.1 C
Bhubaneswar

୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନରେ ଚାଲିବ ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନ୍

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଆସନ୍ତା ୧୭ ତାରିଖରେ ଶେଷ ହେବ । ୧୮ ତାରିଖରୁ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ଘୋଷଣା ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ସୁରାକ ଦେଇଛନ୍ତି । କିଛି ନୂତନ କଟକଣା ସହ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ କରାଯିବା ଆପାତତଃ ଚୂଡ଼ାନ୍ତ ବୋଲି ମନେ ହେଉଛି । ଏହା ସତ୍ତ୍ବେ କିଛି ରାଜ୍ୟକୁ ସୁପରଫାଷ୍ଟ ଓ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ପାଇଁ ରେଳ ବିଭାଗ ବିଚାର କରୁଛି । ଲୋକମାନଙ୍କ ଯାତାୟତ ଓ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଟ୍ରେନ୍ ଚଳାଚଳ କ୍ରମଶଃ ସ୍ବାଭାବିକ କରାଯିବ । ତେବେ ଏ କ୍ଷେତ୍ରରେ କିଛି କଡ଼ାକଡ଼ି ନିୟମ କାନୁନ ରହିବ । 

ସୂଚନା ଅନୁସାରେ ଏସି ବଗିଗୁଡ଼ିକରେ ସର୍ବାଧିକ ୨୦ରୁ ୧୦୦ ପର୍ଯ୍ୟନ୍ତ ୱେଟିଂ ରହିବ । କିନ୍ତୁ ଆରଏସି ଟିକେଟ୍ ମିଳିବ ନାହିଁ । ସେହିପରି ସ୍ଲିପରରେ ସର୍ବାଧିକ ୨୦୦ ପର୍ଯ୍ୟନ୍ତ ୱେଟିଂ ବ୍ୟବସ୍ଥା ରହିପାରେ ବୋଲି ସୂଚନା ମିଳିଛି । ଶତାବ୍ଦୀ, ଗରିବ ରଥ, ଦୀନଦୟାଲ ପରି ଦୃତଗାମୀ ଓ ଦୂରଗାମୀ ଟ୍ରେନ୍ ଚଳାଚଳ ପ୍ରଥମରେ କରାଯିବ ବୋଲି ଜଣାପଡ଼ିଛି ।

- Advertisement -

ସୂଚନାଯୋଗ୍ୟ ଯେ ଦୀର୍ଘଦିନ ଚଳାଚଳ ବନ୍ଦ ରହିବା ପରେ  ମେ ୧୨ରୁ ରେଳବାଇ ପକ୍ଷରୁ ୧୫ ସହରକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories