www.samajalive.in
Monday, December 8, 2025
17.1 C
Bhubaneswar

ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି; ଭଡ଼ା ଦିଗୁଣା : ଦ୍ଵୈତ ନଗରୀରେ ଚାକିରିଆଙ୍କ ପାଇଁ ସ୍ବତନ୍ତ୍ର ବସ୍

ଭୁବନେଶ୍ବର: ଗ୍ରୀନ୍ ଜୋନରେ ଗଡ଼ିବ ଗାଡ଼ି, ତେବେ ଏଥିପାଇଁ ରହିଛି କିଛି ସର୍ତ । ଗାଡ଼ିରେ ସାମାଜିକ ଦୂରତ୍ବକୁ କଡ଼ାକଡ଼ି କରାଯିବ ଓ ମଞ୍ଜୁର ଯାତ୍ରୀ ସଂଖ୍ୟାର ଅଧା ଯାତ୍ରୀଙ୍କୁ ନେଇ ବସ୍ ଯାତାୟତ କରିବ । ଫଳରେ ଯାତ୍ରୀମାନଙ୍କୁ ଧାର୍ଯ୍ୟ ଭଡ଼ାର ଦୁଇଗୁଣ ଭଡ଼ା ଦେବାକୁ ପଡ଼ିବ । ଏପରି ଏକ ବିଷୟ ନେଇ ସରକାରୀସ୍ତରରେ ଚାଲିଛି ବିଚାରବିମର୍ଷ । ଏ ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ମନ୍ତ୍ରୀ କହିଛନ୍ତି ପ୍ରଥମେ ଗ୍ରୀନ୍ ଜୋନରେ ବସ୍ ଚଳାଚଳ ନିଷ୍ପତ୍ତି ହୋଇଥିଲା । ମାତ୍ର ସଂକ୍ରମଣ ବଢ଼ିବା ସହ ଗ୍ରୀନ ଜୋନ୍ ନକ୍ସା ବଦଳି ଗଲାଣି । କିଛି ଗ୍ରୀନ୍ ଜୋନ୍ ଅରେଞ୍ଜ ଓ ଆଉ କିଛି ରେଡ଼୍ ଜୋନ୍ ହୋଇଗଲାଣି । ଏହି ସ୍ଥିତିରେ ଅଞ୍ଚଳର ସ୍ଥିତିକୁ ନେଇ ନିଷ୍ପତ୍ତି ନିଆଯିବ । ବସ୍ ଚଳାଚଳ ପାଇଁ ଅନୁମତି ଓ ବସ୍ ମାଲିକ ସଂଘର ସମ୍ମତି ପରେ ଯାଇ ଗାଡ଼ି ଚାଲିବ । ସେହିପରି ଅଧା ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଚଳ ନିର୍ଧାରିତ ଭଡ଼ାରେ ସମ୍ଭବ ନୁହେଁ ବୋଲି ବସ୍ ମାଲିକ ସଂଘ କହି ସାରିଛି । ଏଥିପାଇଁ ଗାଡ଼ି ମାଲିକଙ୍କୁ କ୍ଷତି ସହିବାକୁ ପଡ଼ିବ । ତେଣୁ ଭଡ଼ା ଦି ଗୁଣ ବଢ଼ାଇବା ନିମନ୍ତେ ଚିନ୍ତା କରାଯାଉଛି । ଯାହା ଫଳରେ ଗାଡ଼ି ଚାଲି ପାରିବ ଓ ଗାଡ଼ିମାଲିକ କ୍ଷତି ସହିବେ ନାହିଁ ।

- Advertisement -

ଅନ୍ୟପକ୍ଷରେ ଦ୍ଵୈତ ନଗରୀ ଭୁବନେଶ୍ବର-କଟକ ମଧ୍ୟରେ ଗାଡ଼ି ଚଳାଚଳ ନିମନ୍ତେ ମିଳିଛି ସବୁଜ ସଙ୍କେତ । ସରକାରୀ କର୍ମଚାରୀଙ୍କ ଯାତାୟତ ପାଇଁ ଦୁଇ ସହର ମଧ୍ୟରେ ଗୋଟିଏ ସରକାରୀ ଗାଡ଼ି ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି । ଅଫିସ ସମୟରେ ଏହି ଗାଡ଼ି ଯାତାୟତ କରିବ ଏବଂ ଭଡ଼ା ପୂର୍ବପରି ୩୦ ଟଙ୍କା ରହିଛି । ପରବର୍ତୀ ସମୟରେ ପରିସ୍ଥିତି ଦେଖି ଅଧିକ ଗାଡ଼ି ଚଳାଚଳ କଥା ନିଷ୍ପତ୍ତି ନିଆଯାଇ ପାରେ ବୋଲି ଶ୍ରୀ ବେହେରା କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories