www.samajalive.in
Tuesday, December 9, 2025
17.1 C
Bhubaneswar

ରାୟଗଡାରେ ଆଖି ବୁଜିଲେ ମାଲାକାନଗିରି ପୀଡ଼ିତା, ସ୍ବାମୀ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ

ମାଲାକାନଗିରି : ଅଧାରାସ୍ତାରେ ଆଖି ବୁଜିଲେ ମାଲାକାନଗିରି ପୀଡ଼ିତା । ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲା ସଦର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।ଦୁଇଦିନ ହେଲା ଚେତାଶୂନ୍ୟ ଅବସ୍ଥାରେ ଥିବାବେଳେ ଏବେ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଥିଲେ ପୀଡ଼ିତା । ତେବେ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଯିବା ରାସ୍ତାରେ ରାୟଗଡା ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମାଲକାନଗିରି ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମାଲକାନଗିରି ଏସପି ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଏକ ସ୍ବତସ୍ତ୍ର ଟିମ୍ ଗଠନ କରି ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ମହିଳା ଜଣକ ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାମ କରୁଥିଲେ। ତାଙ୍କ ସ୍ବାମୀ ୩ୟ ବିବାହ କରିବା ପରେ ସମୟେ ସମୟେ ତାଙ୍କ ନିକଟକୁ ଯାଇ ତାଙ୍କ ଭଲମନ୍ଦ ପଚାରି ବୁଝୁଥିଲେ। ୨ଦିନ ତଳେ ପୁଲିସ କ୍ୟାଣ୍ଟିନର ଜଣେ କର୍ମଚାରୀ ତାଙ୍କ ଘରକୁ ଆସି ସ୍ତ୍ରୀଙ୍କ ଦେହ ବହୁତ ଖରାପ ଥିବା ସୂଚନା ଦେଇଥିଲେ। ଏହା ପରେ ସ୍ବାମୀ ସ୍ତ୍ରୀ ରହୁଥିବା ସ୍ଥାନକୁ ଯାଇଥିଲେ। ତାଙ୍କ ଘରେ ପହଞ୍ଚିଲା ବେଳକୁ ମହିଳା ଜଣକ ଚେତା ହରାଇ ତଳେ ପଡ଼ିରହିଥିଲେ। ଶରୀରର ଏକାଧିକ ସ୍ଥାନରୁ ରକ୍ତସ୍ରାବ ହେଉଥିବା ଦେଖି ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ୨ ଦିନ ଧରି ଚେତାଶୂନ୍ୟ ରହିବା ପରେ ରବିବାର ଅପରାହ୍ନରେ କିଛି ସମୟ ପାଇଁ ତାଙ୍କର ଚେତା ଆସିଥିଲା। ଘଟଣା ସମ୍ପର୍କରେ ସ୍ବାମୀ ଥାନାରେ ଅଭିଯୋଗ କରି କହିଥିଲେ ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି । ଏଥି ସହିତ ତାଙ୍କ ସ୍ତ୍ରୀକୁ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ମଧ ମହିଳାଙ୍କ ସ୍ବାମୀ ଥାନାରେ ଏତଲାରେ ଦର୍ଶାଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories