www.samajalive.in
Sunday, December 7, 2025
15.1 C
Bhubaneswar

ସରକାରଙ୍କୁ ସତର୍କ କଲା ’ଫିକି’: ଶିଳ୍ପ ଜଗତକୁ ପ୍ରୋତ୍ସାହନ ନ ଦେଲେ ଛଟେଇ ସଂଖ୍ୟା ବଢ଼ିବ

ନୂଆଦିଲ୍ଲୀ : କରୋନା ସଂକଟ ପାଇଁ ଦେଶରେ ଅର୍ଥନୈତିକ ସ୍ଥିତି ଶିଥିଳ ହୋଇପଡିଥିବା ବେଳେ ଶିଳ୍ପଜଗତ ଏଥିରେ ଘୋର ପ୍ରଭାବିତ ହୋଇଛି । ଏହାକୁ ଏଡାଇବା ପାଇଁ ଶିଳ୍ପକୁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯିବା ଦରକାର ଅନ୍ୟଥା ବହୁ ସଂଖ୍ୟରେ କର୍ମଚାରୀ ଛଟେଇ ହେବାର ଆଶଙ୍କା କରିଛି ଇଣ୍ଡିଆନ ଚ୍ୟାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଫେଡେରେସନ(ଫିକି)।

କରୋନା ଜନିତ ଲକଡାଉନ ଯୋଗୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରୁଥିବା ଶିଳ୍ପ ଜଗତ ମଧ୍ୟ କ୍ଷତିଗସ୍ତ ହୋଇଛି। ଶିଥିଳ ଶିଳ୍ପଜଗତକୁ କ୍ରିୟାଶୀଳ କରିବାକୁ ୧୦ ଲକ୍ଷ କୋଟି ଟଙ୍କା ଅଥବା ୪ ଜିଡିପିର ୪ ପ୍ରତିଶତର ଆବଶ୍ୟକତା ଥିବା ’ଫିକି’ର ଅଧ୍ୟକ୍ଷ ସଙ୍ଗୀତା ରେଡ୍ଡୀ କହିଛନ୍ତି। କ୍ଷୁଦ୍ର ଓ ବୃହତ ଶିଳ୍ପକୁ ସହଯୋଗ କରାନଗଲେ, ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ହେବ। ଯାହା ବ୍ୟବସାୟ ସମେତ ଅନ୍ୟାନ୍ୟ କାରବରରେ ଚାପ ସୃଷ୍ଟି କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସେ ଲଖିଥିବା ଚିଠିରେ ଦର୍ଶାଇଛନ୍ତି । ସେ ଦର୍ଶାଇଛନ୍ତି ଯେ ଦେଶର ଆର୍ଥିକ ଇଞ୍ଜିନକୁ ତୁରନ୍ତ ଆରମ୍ଭ କରିବାର ଆବଶ୍ୟକତା ରହିଛି। ଯଦି ଏହା ନକରାଯାଏ ଟିକସ ସଂଗ୍ରହ ହ୍ରାସ ପାଇବା ସହ ରାଜସ୍ବହାନୀ ହେବ ବୋଲି ସେ କହିଛନ୍ତି। ଶିଳ୍ପ ବନ୍ଦ ସ୍ଥିତି ଉପୁଜିଲେ ଚାକିରୀ ଯାଉଥିବା କର୍ମଚାରୀଙ୍କ ପାଇଁ ସାମାଜିକ ଆର୍ଥନୈତିକ ସମସ୍ୟା ମଧ୍ୟ ଉପୁଜିବ ବୋଲି ଫିକି ଅଧ୍ୟକ୍ଷା ରେଡ୍ଡୀ କହିଛନ୍ତି। ତେଣୁ ସେଥିପାଇଁ ଶିଳ୍ପକୁ ସହଯୋଗ କରିବାର ଆବଶ୍ୟକତା ରହିଛି। ବାର୍ଷିକ ୫ଶହ କୋଟିରୁ କମ କାରବାର ହେଉଥିବା ମଧ୍ୟମ ଶିଳ୍ପ ସଂସ୍ଥାକୁ ବର୍ଷକ ପାଇଁ ସୁଧବିହୀନ ଋଣ ପ୍ରଦାନ କରାଯାଉ। ଜିଏସଟି ନଥିବା ଛୋଟ ସଂସ୍ଥାଙ୍କ ପାଇଁ ଅନୁରୂପ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ବ୍ୟବସାୟୀମାନଙ୍କୁ ମଧ୍ୟ ସର୍ତ୍ତଭିତ୍ତିକ ଅନୁରୂପ ଋଣ ପ୍ରଦାନ କରାଯାଉ। ବଡ ସଂସ୍ଥାଗୁଡିକ ପୁନଃ କାରବାର ପାଇଁ ସରକାରଙ୍କ ପାଖରେ ପଡିରହିଥିବା ଅର୍ଥ ତୁରନ୍ତ ପ୍ରଦାନ ପାଇଁ ଫିକି ଅଧ୍ୟକ୍ଷା ସଙ୍ଗୀତା ରେଡ୍ଡୀ ଅର୍ଥମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories