www.samajalive.in
Monday, December 8, 2025
24.1 C
Bhubaneswar

ଭାରତରେ କରୋନା: ୨୨୦୬ ମୃତ, ୨୪ ଘଣ୍ଟାରେ ୪୨୧୩ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଭୟଙ୍କର ରୂପ ନେବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ଦେଶରେ ମୋଟ ୬୭ ହଜାର ୧୫୨ ଜଣ ସଂକ୍ରମିତ ସଂକ୍ରମିତ ହୋଇଥିବାବେଳେ ୨୨୦୬ ଜଣଙ୍କ ମୃତ୍ୟୁ ଘଟିଛି। ୨୦ ହଜାର ୯୧୭ ଜଣ ସୁସ୍ଥ ହୋଇଥିବାବେଳେ ଏବେ ୪୪ ହଜାର ୨୯ ଜଣ ଚିକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୪୨୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୭ ଜଣଙ୍କ ମୃତ୍ୟୁ ହୋଇଛି।

ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨୨ ହଜାର ୧୭୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୩୨ ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଗୁଜରାଟରେ ୨ୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ୮୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୯୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଦିଲ୍ଲୀରେ ୬୯୨୩ ଆକ୍ରାନ୍ତ ଓ ୭୩ ମୃତ, ତାମିଲନାଡୁରେ ୭୨୦୪ ଆକ୍ରାନ୍ତ ଓ ୪୭ ମୃତ, ରାଜସ୍ଥାନରେ ୩୮୯୮ ଆକ୍ରାନ୍ତ ଓ ୧୦୮ ମୃତ, ମଧ୍ୟପ୍ରଦେଶରେ ୩୬୧୪ ଆକ୍ରାନ୍ତ ଓ ୨୧୫ ମୃତ, ଉତ୍ତରପ୍ରଦେଶରେ ୩୪୬୭ ଆକ୍ରାନ୍ତ ଓ ୭୯ ମୃତ, ଆନ୍ଧ୍ରପ୍ରଦେଶରେ ୧୯୮୦ ଆକ୍ରାନ୍ତ ଓ ୪୫ ମୃତ, ପଞ୍ଜାବରେ ୧୮୨୩ ଆକ୍ରାନ୍ତ ଓ ୩୧ ମୃତ, ପଶ୍ଚିମବଙ୍ଗରେ ୧୯୩୯ ଆକ୍ରାନ୍ତ ଓ ୧୮୫ ମୃତ, ତେଲେଙ୍ଗାନାରେ ୧୧୯୬ ଆକ୍ରାନ୍ତ ଏବଂ ୩୦ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories