www.samajalive.in
Tuesday, December 9, 2025
17.1 C
Bhubaneswar

ସରକାରୀ ଅର୍ଥ ହଡ଼ପର ନଗ୍ନ ଚିତ୍ର, ଭୁସୁଡ଼ିଲା କ୍ବାରେଣ୍ଟାଇନ୍ ସେଣ୍ଟରରେ ନିର୍ମିତ ପାଇଖାନା

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି । ଏହାରି ମଧ୍ୟରେ ଲକ୍ ଡାଉନରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣି ସେମାନଙ୍କୁ କ୍ବାରେଣ୍ଟାଇନରେ ରଖିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । କ୍ବାରେଣ୍ଟାଇନ ସେଣ୍ଟରରେ ରହିବାକୁ ଥିବା ପ୍ରବାସୀଙ୍କ ରହିବାରେ ଯେପରି କିଛି ଅସୁବିଧା ନହେବ ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ସହ କୋଟି କୋଟି ଅର୍ଥ ମଧ୍ୟ ବ୍ୟୟ କରୁଛନ୍ତି । ପଞ୍ଚାୟତ ସ୍ତରରେ କରୋନା ମୁକାବିଲା କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ ପଞ୍ଚାୟତରେ ଦାୟିତ୍ଵ ଥିବା ସରପଞ୍ଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସରକାର କରୋନା ମୁକାବିଲା ପାଇଁ ଦେଇଥିବା ଅର୍ଥ ହରିଲୁଟ କରିବା ଆରମ୍ଭ କରିଦେଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରେ ପାଇଁ ନିମ୍ନ ମାନର ସମାଗ୍ରୀ କିଣି ତାହାକୁ ଚଢାଦରରେ କିଣିଥିବା ଦର୍ଶାଇ ଅର୍ଥ ଲୁଟ କରୁଛନ୍ତି ।

ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକର କୋଇଲିପୁର ପଞ୍ଚାୟତରେ । କୋଇଲିପୁର ପଞ୍ଚାୟତର ଗଜରାଜପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରବାସୀଙ୍କ ପାଇଁ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରର ପାଇଖାନା ନିର୍ମାଣ ସରିବା ପରେ ଭୁସୁଡି ପଡିଛି । ଏହି ବିଦ୍ୟାଳୟରେ ପ୍ରବାସୀଙ୍କ ପାଇଁ ୩ ଟି ପାଇଖାନା ତିଆରି ହେଉଥିଲା କିନ୍ତୁ ସବୁଠୁ ବଡ କଥା ହେଉଛି ମାତ୍ର ଗୋଟିଏ ଦିନରେ ପାଇଖାନା କାମ ସାରି ଆଜବେଷ୍ଟସ ପକାଇଦେଲେ । ଆଉ ନିର୍ମାଣର କିଛି ସମୟ ମଧ୍ୟରେ ଭୁଷୁଡି ପଡିଲା ପାଇଖାନା । ଯାହା ପଞ୍ଚାୟତ ସରପଞ୍ଚ ଏବଂ ନିର୍ମାଣ ଦାୟିତ୍ଵରେ ଥିବା ସଂସ୍ଥାର ଅତି ନିମ୍ନମାନର କାମକୁ ପଦାରେ ପକାଇଛି । କରୋନା ଭଳି ବିପର୍ଯ୍ୟୟ ସମୟରେ ମଧ୍ୟ କିପରି ପଞ୍ଚାୟତକଚ ଆସୁଥିବା ଅର୍ଥକୁ ହରିଲୁଟ କରାଯାଉଛି ତାହା ଏହି କାମରୁ ସ୍ପଷ୍ଟ ବାରିହୋଇପଡିଛି ।

- Advertisement -

କେବଳ ଏହି ଗୋଟିଏ କ୍ବାରେଣ୍ଟାଇନ ସେଣ୍ଟର ନୁହେଁ ପଞ୍ଚାୟତରେ କରାଯାଇ୍‌ଥିବା ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଏପରି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି । ପାଇଖାନା କାମରେ ବାଲି ପକାଯାଇ ସିମେଣ୍ଟ ଘୋଳ ଢାଳିଦେଇ କାମ ହେଉଛି । ତେବେ ଭାଗ୍ୟ ଭଲ ଗଜରାଜପୁର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ପାଇଖାନା ବ୍ୟବହାର ପୂର୍ବରୁ ଭୁଷୁଡି ପଡିଛି । ନଚେତ ପ୍ରବାସୀ ପାଇଖାନା ବ୍ୟବହାର କରିବା ସମୟରେ ଏପରି ହୋଇଥିଲେ ଧନଜୀବନ ହାନି ହେବାର ସମ୍ଭାବନା ରହିଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories