www.samajalive.in
Tuesday, December 9, 2025
16.1 C
Bhubaneswar

ସମସ୍ତ ପ୍ରବାସୀ ଫେରନ୍ତାକୁ ପଞ୍ଚାୟତ କ୍ୱାରେଣ୍ଟାଇନରେ ରଖିବାକୁ ଦାବି

ଖପ୍ରାଖୋଲ: ଦାଦନ ପ୍ରବଣ ବଲାଙ୍ଗୀର ଜିଲାର ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ଏବେ ପ୍ରବାସୀଙ୍କ ଫେରନ୍ତା ସୁଅ ଲାଗି ରହିଛି। ବ୍ଲକରୁ ପ୍ରାୟ ୧୪ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ଫେରିବା ଆଶା କରାଯାଉଥିବାବେଳେ ପ୍ରାୟ ୯ ହଜାର ପଞ୍ଜିକରଣ ହୋଇଥିବା ଜଣାଯାଇଛି। ହେଲେ ପ୍ରବାସୀ ମାନେ ଫେରିଲା ପରେ ତାଙ୍କ ସଂଗରୋଧକୁ ନେଇ ସାଧାରଣରେ ଦ୍ୱନ୍ଦ ଦେଖାଦେଇଛି। ସାରା ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଲକ ଡାଉନ୍‍ ଚାଲିଥିବାବେଳେ ବାହାର ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ। ହେଲେ ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ରାଜ୍ୟ ଭିତରୁ ଗଞ୍ଜାମ, କଟକ, ପୁରି, ରାୟଗଡା ପ୍ରମୁଖ ଜିଲା ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରମିକମାନେ ବିଭିନ୍ନ ଗାଡି ରେ ଫେରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ଗାଡି ଯୋଗେ ଛକ ମାନଙ୍କରୁ ନିଜ ଘରକୁ ଶ୍ରମିକଙ୍କୁ ଛଡାଯାଉଥିବା ମଧ୍ୟ ଜଣାଯାଇଛି।

ହେଲେ ରାଜ୍ୟ ଭିତରୁ ଫେରୁଥିବା ପ୍ରବାସୀଙ୍କୁ ଘରେ ସଂଗରୋଧରେ ରହିବା ପାଇଁ ପ୍ରଶାସନ କହୁଥିବାରୁ ଲୋକେ ଦ୍ୱନ୍ଦରେ ରହିଛନ୍ତି। ପଞ୍ଚାୟତ ମାନଙ୍କରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାନ ଖୋଲା ଯାଇଥିବାବେଳେ ସେଠାରେ ଶ୍ରମିକଙ୍କୁ କାହିଁକି ରଖା ଯାଉ ନଥିବା ନେଇ ପ୍ରଶ୍ନ କରୁଥିବାବେଳେ ଗାଁରେ ସଂକ୍ରମଣ ଭୟରେ ପ୍ରବାସୀଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପ୍ରଶାସନ ନାକେଦମ୍‍ ହେଲାଣି। ରେଙ୍ଗାଲି ପଞ୍ଚାୟତ କୁଲିହାମୁଣ୍ଡା ଗାଁରେ ପ୍ରବାସୀ ଙ୍କ ଘରେ ସଂଗରୋଧ କୁ ନେଇ ସରପଞ୍ଚ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଥିବାବେଳେ ପରେ ସମାଧାନ ହୋଇଥିଲା। ସେହିପରି ସାନଉଡେନ, ଅନକାମରା, ଛିନ୍ଦବାହାଲି ପ୍ରମୁଖ ଗାଁ ମାନଙ୍କରେ ମଧ୍ୟ ପ୍ରବାସୀଙ୍କୁ ସ୍କୁଲ ଘରେ ରହିବାକୁ କୁହାଯାଉଥିବା ଜଣାଯାଇଛି। ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପଚାରିବାରୁ ରାଜ୍ୟ ଭିତରର ପ୍ରବାସୀ ଶ୍ରମିକଙ୍କୁ ଘରେ ସଂଗରୋଧରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକ ମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖିବା ବ୍ୟବସ୍ଥା କରାଯାଉଛି। କେତେକ ସ୍ଥାନରେ ଲୋକେ ସମସ୍ତଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖିବା ପାଇଁ ଦାବି କରୁଥିବା ବେଳେ ପ୍ରଶାସନ ତରଫରୁ ତାଙ୍କୁ ବୁଝାସୁଝା ଚାଲିଛି ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories