www.samajalive.in
Tuesday, December 9, 2025
16.1 C
Bhubaneswar

ଆସନ୍ତାକାଲି ଠାରୁ ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଉତ୍ତର ଖାତା ମୂଲ୍ୟାଙ୍କନ

ନୂଆଦିଲ୍ଲୀ :  ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଉତ୍ତର ଖାତାର ମୂଲ୍ୟାଙ୍କନ କାର୍ଯ୍ୟ ରବିବାର ଅର୍ଥାତ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି । କାଲିଠାରୁ ସିବିଏସଇର ଦେଢ ଲକ୍ଷ ଉତ୍ତର ଖାତାର ମୂଲ୍ୟାଙ୍କନ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି । ସିବିଏସ୍ଇର ୧୭୩ଟି ବିଷୟର ଉତ୍ତର ଖାତାର ମୂଲ୍ୟାଙ୍କନ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ସମସ୍ତ ଉତ୍ତର ଖାତା ଶିକ୍ଷକମାନଙ୍କ ଘରେ ପହଞ୍ଚାଯିବ ।

ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟ ଏହି ଖାତା ଗୁଡ଼ିକୁ ଶିକ୍ଷକମାନଙ୍କ ଘରେ ପହଞ୍ଚାଇବାକୁ ଅନୁମତି ଦେଇଛନ୍ତି ।

- Advertisement -

ସିବିଏସଇ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଜୁରି ମିଳିଛି। ସାରା ଦେଶରେ ପରୀକ୍ଷା ଖାତା ମୂଲ୍ୟାୟନ ଲାଗି ୩ହଜାର ସିବିଏସଇ ମାନ୍ୟତାପ୍ରାପ୍ତ ବିଦ୍ୟାଳୟ ଖୋଲାଯିବ । ଏହିସବୁ ସ୍କୁଲକୁ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଭାବେ ଉପଯୋଗ କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି ।  ସାରା ଦେଶରେ ୩୦୦୦ ସିବିଏସଇ ଅନୁମତିପ୍ରାପ୍ତ ବିଦ୍ୟାଳୟକୁ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି ଏବଂ କେବଳ ଖାତା ମୂଲ୍ୟାୟନ ପାଇଁ ଏହି ସବୁ ସ୍କୁଲକୁ ଖୋଲିବା ନିମନ୍ତେ ସ୍ବତନ୍ତ୍ର ଅନୁମତି ମିଳିଛି ।
ଏହି ତିନି ହଜାର ମୂଲ୍ୟାଙ୍କନ କେନ୍ଦ୍ରରୁ ଉତ୍ତରଖାତା ଶିକ୍ଷକମାନଙ୍କ ଘରକୁ ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଶିକ୍ଷକମାନେ ଏହି ଖାତାଗୁଡ଼ିକୁ ଘରେ ମୂଲ୍ୟାଙ୍କନ କରିବେ । ପୁଣି ଖାତା ଗୁଡିକ ଆସି ସେଠାରେ ରହିବ ।

ମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି ଯେ ୫୦ ଦିନ ମଧ୍ୟରେ ଖାତାଗୁଡ଼ିକର ମୂଲ୍ୟାଙ୍କନ ଶେଷ ହେବ। ଶିକ୍ଷକମାନେ ଘରୁ ମୂଲ୍ୟାଙ୍କନ କାର୍ଯ୍ୟ କରି ଖାତା ଗୁଡିକୁ ଫେରାଇବେ । ସେ କହିଛନ୍ତି ଯେ ମୂଲ୍ୟାଙ୍କନ କାର୍ଯ୍ୟ ଏବଂ ଅବଶିଷ୍ଟ ପରୀକ୍ଷା ସମାପ୍ତ ହେବା ପରେ ଖୁବ ଶୀଘ୍ର ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶ ପାଇବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories