www.samajalive.in
Sunday, December 7, 2025
16.1 C
Bhubaneswar

ବଏଜ ଲକର୍‌ ରୁମ୍‌ ମାମଲା: ଆଉ ୯ଛାତ୍ରଙ୍କୁ ପଚରାଉଚରା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବଏଜ ଲକର୍‌ ରୁମ୍‌ ମାମଲାରେ ଦିଲ୍ଲୀ ସାଇବର ସେଲ ଆଉ ୯ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହି ସମସ୍ତ ଛାତ୍ର ଦିଲ୍ଲୀ ଏବଂ ନୋଏଡାର କେତେକ ପ୍ରତିଷ୍ଠିତ ସ୍କୁଲରେ ପଢ଼ନ୍ତି। ଅନ୍ୟପଟେ ପୁଲିସର ସାଇବର ସେଲ୍‌ ଇଷ୍ଟାଗ୍ରାମକୁ କିଛି ତଥ୍ୟ ମାଗିଥିଲା। ଏ ନେଇ ଇନ୍‌ଷ୍ଟାଗ୍ରାମ ପକ୍ଷରୁ ସାଇବର ସେଲ୍‌କୁକୁ ବଏଜ ଲକର୍‌ ରୁମ୍‌ ଗ୍ରୁପର ଛାତ୍ରମାନଙ୍କ ବିଷୟରେ ତଥ୍ୟ ପ୍ରଦାନ କରିଛନ୍ତି, ଯାହାକୁ ଆଧାର କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ସହିତ ଛାତ୍ରମାନଙ୍କୁ ପଚରାଉଚରା କରିଛି।

ସୂଚନାଯୋଗ୍ୟ, ବଏଜ ଲକର୍‌ ରୁମ୍‌ ମାମଲାରେ ସାଇବର ସେଲ୍‌ ଗ୍ରୁପ୍‌ ଆଡ୍‌ମିନ ଥିବା ଛାତ୍ରଙ୍କୁ ଗିରଫ କରିସାରିଛି। ଏହା ସହିତ ଜଣେ ନାବାଳକଙ୍କୁ ମଧ୍ୟ ଗିରଫ କରିଛି। ପୁଲିସ ଗ୍ରୁପ ଆଡ୍‌ମିନଙ୍କୁ ପଚରାଉଚରା କରିଥିଲା। କିନ୍ତୁ ତାଙ୍କଠାରୁ ଅନ୍ୟ ଛାତ୍ରମାନଙ୍କ ବିଷୟରେ ତଥ୍ୟ ନ ମିଳିବାରୁ ପୁଲିସ ଏ ନେଇ ଇଷ୍ଟାଗ୍ରାମକୁ ତଥ୍ୟ ମାଗିଥିଲା।  ଏହା ପୂର୍ବରୁ ଗତ ଗୁରୁବାର ଯେଉଁ ୨ ଛାତ୍ରଙ୍କୁ ପଚରାଉଚରା କରାଯାଇଥିଲା ସେମାନଙ୍କୁ ପୁଣି ଥରେ ପଚରାଉଚରା କରାଯାଇଛି। ଏହା ବ୍ୟତୀତ ଅନ୍ୟ ୭ ନୂଆ ଛାତ୍ରଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସାଇବର ସେଲ୍‌ ସୂଚନା ଅନୁସାରେ, ବଏଜ ଲକର ରୁମ୍‌ ଗ୍ରୁପରେ ଥିବା ମୋଟ ୨୭ ସଦସ୍ୟଙ୍କ ମଧ୍ୟରୁ କେତେଜଣ କହିଛନ୍ତି ଯେ, ଗ୍ରୁପରେ କୌଣସି ଅଶ୍ଳୀଳ ଚାଟିଂ ହେଉ ନ ଥିଲା। ସେମାନେ ଚାଟିଂରେ ଅଂଶଗ୍ରହଣ କରି ନ ଥିଲେ। ତେଣୁ ସେମାନଙ୍କୁ କ୍ଷମା କରିଦିଆଯାଉ। କିନ୍ତୁ ପୁଲିସ କ’ଣ ସତ ଆଉ କ’ଣ ମିଛ ତାହା ପର୍ଦ୍ଦାଫାଶ କରିବା ଲାଗି ତଦନ୍ତ ଚଳାଇଛି।

- Advertisement -

ଅନ୍ୟପଟେ ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିବାରୁ ତାଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଜୀବନରେ ମାରିଦେବାକୁ ଟ୍ବିଟରରେ ଧମକ ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories