www.samajalive.in
Sunday, December 7, 2025
15.1 C
Bhubaneswar

ଜୁନ-ଜୁଲାଇରେ ଅସମ୍ଭାଳ ହେବ କରୋନା ସଂକ୍ରମଣ: ଏମ୍ସ ନିର୍ଦେଶକ ଡ଼ା. ଗୁଲେରିଆ

ନୂଆଦିଲ୍ଲୀ: ଏକାନ୍ତବାସ, ସଙ୍ଗରୋଧ, ଲକ୍ଡ଼ାଉନ ପରି ପଦକ୍ଷେପ ଗ୍ରହଣ କରି ସରକାର ଓ ପ୍ରଶାସନ କରୋନା ସଂକ୍ରମଣକୁ ରୋକିବାକୁ ଉଦ୍ୟମ କରୁଛନ୍ତି । ଏହା ସତ୍ତ୍ବେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । ମୃତ୍ୟୁ ଅନୁପାତ ଅନ୍ୟ ଦେଶ ତୁଳନାରେ କମ୍ ହୋଇଥିଲେ ମଧ୍ୟ ଏହା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି । ଦେଶରେ ମୃତ୍ୟୁସଂଖ୍ୟା ପାଖାପାଖି ୧୮୦୦ ହେଲାଣି । ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ନେଇ ପଶ୍ଚିମବଙ୍ଗ ପରି କିଛି ରାଜ୍ୟ ସବିଶେଷ ତଥ୍ୟ ପ୍ରଦାନ କରୁ ନ ଥିବା ଅଭିଯୋଗ ହୋଇଛି । ଏପରିକି ମହାରାଷ୍ଟ୍ରଠାରୁ ପଶ୍ଚିମବଙ୍ଗରେ ସଂକ୍ରମଣ ଅଧିକ ଏବଂ ଏ କଥାକୁ ମମତା ସରକାର ଗୋପନ ରଖିଥିବା ମଧ୍ୟ ଅଭିଯୋଗ ହୋଇଛି । ନିଜେ ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ଏ ପରି ଆଶଙ୍କା କରିଛନ୍ତି । ଏହି ସ୍ଥିତିରେ ଦିଲ୍ଲୀ ଏମ୍ସ ନିର୍ଦେଶକ ଡ଼ା. ରଣଦୀପ ଗୁଲେରିଆ ଅତ୍ୟନ୍ତ ଚିନ୍ତାଜନକ ଭବିଷ୍ୟତ ଆକଳନ କରିଛନ୍ତି । ସେ କହିଛନ୍ତି ଯେ କରୋନା ସଂକ୍ରମଣରେ ଅଙ୍କୁଶ ଲଗାଇବା ସମ୍ଭବ ହେଉନାହିଁ । ଯଦି ଏପରି ସ୍ଥିତି ଲାଗି ରହେ ତେବେ ଜୁନ୍ ଓ ଜୁଲାଇ ମାସ ବେଳକୁ ଏହା ଅସମ୍ଭାଳ ସ୍ଥିତିରେ ପହଞ୍ଚିବ । ଏହି ଦୁଇମାସରେ ବହୁ ଲୋକ କରୋନା ସଂକ୍ରମିତ ହୋଇପାରନ୍ତି ବୋଲି ସେ ଆକଳନ କରିଛନ୍ତି ।


ଏଏନଆଇ ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେପରି  ବଢିବାରେ ଲାଗିଛି ସେଥିରୁ  ଜୁନ୍ ଓ ଜୁଲାଇରେ ଏହା ଚରମରେ ରହିବ ବୋଲି ଡ. ରଣଦୀପ ଗୁଲେରିଆ କହିଛନ୍ତି । ଏହି ଦୁଇ ମାସରେ ଦେଶରେ ସର୍ବାଧିକ କରୋନା ସଂକ୍ରମିତ କେସ୍ ସାମ୍ନାକୁ ଆସିପାରେ । ଗୁଲେରିଆଙ୍କ ଅନୁଯାୟୀ ଜୁନ୍ ଓ ଜୁଲାଇରେ କୋଭିଡ୍-୧୯ ସଂକ୍ରମଣ ଚରମରେ ପହଞ୍ଚିବା ପରେ ଏହାର ପ୍ରକୋପ ହ୍ରାସ ଘଟିପାରେ। କିନ୍ତୁ ଏହା ବାସ୍ତବ ଯେ, ଲକ୍‌ଡାଉନ୍‌ କାରଣରୁ ସଂକ୍ରମଣ ମାମଲା ଅଧିକ ବଢି ପାରିନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories