www.samajalive.in
Monday, December 8, 2025
17.1 C
Bhubaneswar

ଋଷ ଉର୍ଜା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ; ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଋଷର ଉର୍ଜା ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ଅବସରରେ ଉଭୟ ମନ୍ତ୍ରୀ କରୋନା ମହାମାରୀ କାରଣରୁ ବିଶ୍ୱ ଉର୍ଜା ବିଶେଷ ଭାବରେ ତୈଳ ଏବଂ ଗ୍ୟାସ ଉପରେ ପଡିଥିବା ପ୍ରଭାବ ଉପରେ ଆଲୋଚନା କରଥିବା ଜଣାପଡିଛି।

ଏହି ଆଲୋଚନା କାଳରେ ଦୁଇ ମନ୍ତ୍ରୀ ଭାରତ ଓ ଋଷ ମଧ୍ୟରେ ଦ୍ୱିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା କରିଥିଲେ ଏବଂ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍‍ କରିବା ସହ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ ଏବଂ ଦ୍ୱିପାକ୍ଷିକ ପୁଞ୍ଜିନିବେଶ କରିବା ଉପରେ ଆଲୋଚନା କରିଥିଲେ।

- Advertisement -

ଋଷରୁ ଭାରତକୁ କୋକିଂ କୋଲ ଆମଦାନୀକୁ ବଢାଇବା ଦିଗରେ ଉଭୟ ଆଲୋଚନା କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ମାସରେ ରୋଜନେଫ୍ଟ ଏବଂ ଆଇଓସିଏଲ ଚୁକ୍ତି ଅନୁଯାୟୀ ପ୍ରଥମ ଥର ଋଷରୁ ପାରାଦୀପ ବନ୍ଦରରେ ଅଶୋଧିତ ତୈଳ ପହଞ୍ଚିଥିଲେ ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories