www.samajalive.in
Monday, December 8, 2025
27.1 C
Bhubaneswar

ମହାରାଷ୍ଟ୍ର: ଘରୋଇ ଡ଼ାକ୍ତରଙ୍କୁ ସରକାରୀ ଡ଼ାକ୍ତରଖାନାରେ କାର୍ଯ୍ୟ କରିବାକୁ ନିର୍ଦେଶ

ମୁମ୍ବାଇ: କରୋନା ସଂକ୍ରମଣ ଦୃଷ୍ଟିରୁ ସାରା ଦେଶରେ ମହାରାଷ୍ଟ୍ର ସବୁଠାରୁ ପ୍ରଭାବିତ ସବୁଠାରୁ ବେଶୀ ପ୍ରଭାବିତ । ଉଭୟ ସଂକ୍ରମଣ ଓ ମୃତ୍ୟୁ କ୍ଷେତ୍ରରେ ମହାରାଷ୍ଟ୍ର ଦେଶର ଶୀର୍ଷସ୍ଥାନରେ ପହଞ୍ଚିଛି । ଏହି ରାଜ୍ୟରେ ଏଯାବତ୍ ମୃତ୍ୟୁ ସଂଖ୍ୟା ୭ଶହ ଟପିଲାଣି । କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ  ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୧୫ ହଜାର ୫୨୫ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପଟେ ଏ ପର୍ଯ୍ୟନ୍ତ ୬୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୧୯ ଜଣ ସୁସ୍ଥ  ହୋଇ ସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇରେ ଘରୋଇ ଡ଼ାକ୍ତରଖାନାରେ ଯେତେ ଡ଼ାକ୍ତର ଅଛନ୍ତି ସମସ୍ତଙ୍କୁ ସରକାରୀ ଡ଼ାକ୍ତରଖାନାରେ କାର୍ଯ୍ୟ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି । ଯେଉଁମାନେ ଏହି ନିର୍ଦେଶକୁ ଅବମାନନା କରିବେ ସେମାନଙ୍କ ଡ଼ାକ୍ତରୀ ଲାଇସେନ୍ସ ରଦ୍ଦ କରିଦିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଚିକିତ୍ସା ଶିକ୍ଷା ଓ ଅନୁସନ୍ଧାନ ନିର୍ଦେଶାଳୟ ପକ୍ଷରୁ ଏହି ନିର୍ଦେଶନାମା ଜାରି ହୋଇଛି । ନିର୍ଦେଶନାମାରେ କୁହାଯାଇଛି ଜରୁରୀ ପରିସ୍ଥିତି ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ଘରୋଇ ଡ଼ାକ୍ତରଙ୍କୁ ଏହି ନିର୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ଡ଼ାକ୍ତର ଅନ୍ୟୂନ ୧୫ ଦିନ ସରକାରୀ ଡ଼ାକ୍ତରଖାନାରେ କାର୍ଯ୍ୟ କରିବାକୁ ଏହି ନିର୍ଦେଶନାମାରେ ଉଲ୍ଲେଖ ଅଛି ।  ସୂଚନାଯୋଗ୍ୟ ଯେ କେବଳ ମୁମ୍ବାଇରେ ପ୍ରାୟ ୨୦ ହଜାର ଡ଼ାକ୍ତର ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି କିମ୍ବା ଘରୋଇ ଚିକିତ୍ସା କରୁଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories