www.samajalive.in
Saturday, December 6, 2025
26.1 C
Bhubaneswar

ଭାରତରେ କରୋନା: ୨୪ ଘଣ୍ଟାରେ ୧୨୬ ମୃତ, ୨୯୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଯୋଗୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ୧୨୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ୨୯୫୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବୁଧବାର ସକାଳ ସୁଦ୍ଧା ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୬୯୪ରେ ପହଞ୍ଚିଛି। ସେହିପରି ୪୯ ହଜାର ୩୯୧ ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩ ହଜାର ୫୧୪ ଜଣ ଚିକିତ୍ସାଧୀନ ଥିବାବେଳେ ୧୪ ହଜାର ୧୮୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ଦେଶର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଠାରେ ୧୫ ହଜାର ୫୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୬୧୭ ଜଣ ପ୍ରାଣ ହରାଇଛନ୍ତି। ଏହା ପଛକୁ ଗୁଜରାଟରେ ୨ୟ ସର୍ବାଧିକ ୬୨୪୫ ସଂକ୍ରମିତ ରହିଛନ୍ତି। ଏହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୬୮ରେ ପହଞ୍ଚିଛି। ସେହିପରି ରାଜଧାନୀ ନୂଆଦିଲ୍ଲୀରେ ୫୧୦୪ ଆକ୍ରାନ୍ତ ଓ ୬୪ ମୃତ, ତାମିଲନାଡୁରେ ୪୦୫୮ ଆକ୍ରାନ୍ତ ଓ ୩୩ ମୃତ, ରାଜସ୍ଥାନରେ ୩୧୯୩ ଆକ୍ରାନ୍ତ ଓ ୯୦ ମୃତ, ମଧ୍ୟପ୍ରଦେଶରେ ୩୦୪୯ ଆକ୍ରାନ୍ତ ଓ ୧୭୬ ମୃତ, ଉତ୍ତରପ୍ରଦେଶରେ ୨୮୮୦ ଆକ୍ରାନ୍ତ ଓ ୫୬ ମୃତ, ଆନ୍ଧ୍ରପ୍ରଦେଶରେ ୧୭୭୭ ଆକ୍ରାନ୍ତ ଓ ୩୬ ମୃତ, ପଞ୍ଜାବରେ ୧୪୫୧ ଆକ୍ରାନ୍ତ ଓ ୨୫ ମୃତ, ପଶ୍ଚିମବଙ୍ଗରେ ୧୩୪୪ ସଂକ୍ରମିତ ଓ ୧୪୦ ମୃତ ଏବଂ ତେଲେଙ୍ଗାନାରେ ୧୦୯୬ ଆକ୍ରାନ୍ତ ଓ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories