www.samajalive.in
Monday, December 8, 2025
20.1 C
Bhubaneswar

ଏପରି ବନାନ୍ତୁ ସ୍ବାଦିଷ୍ଟ ଢୋକଲା

ପ୍ରାୟତଃ ଢୋକଲା ତିଆରି କରିବା ପାଇଁ ଆପଣ ଚିନି ଓ ଦହିର ବ୍ୟବହାର କରୁଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ବତାଇବୁ ଚିନି ଏବଂ ଦହି ବ୍ୟବହାର ନକରି କିପରି ସୁସ୍ୱାଦୁ ଢୋକଲା ତିଆରି କରିବେ।

ଆବଶ୍ୟକୀୟ ସାମଗ୍ରୀ : ଏକ କପ୍ ସୁଜି, ୨ କପ୍ ପାଣି, ୧/୪ ଚାମଚ ହଳଦୀ ପାଉଡର, ଏକ ଚାମଚ ଫ୍ରୁଟ୍ସ ସଲ୍ଟ ବା ଇନୋ, ଏକ ଚାମଚ ସୋରିଷ, ୨ ଚାମଚ କଞ୍ଚା ଲଙ୍କା, ୨ ଚାମଚ ଧନିଆ ପତ୍ର, ଲୁଣ ଓ ତେଲ।

- Advertisement -

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଏକ ପାତ୍ରରେ ସୁଜି, ହଳଦୀ ପାଉଡର ଏବଂ ଲୁଣ ମିଶାନ୍ତୁ। ଏଥିରେ ପାଣି ମିଶାଇ ଏକ ହାଲୁକା ବ୍ୟାଟର ବା ଘୋଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତି। ଏହି ସମୟ ମଧ୍ୟରେ ପାଣି ଗରମ କରିବା ପାଇଁ ମଧ୍ୟମ ଅଞ୍ଚରେ ଏକ ଗଭୀର ପାତ୍ର ବସାନ୍ତୁ। ଏବେ ଢୋକଲା ଛାଞ୍ଚ ବା ଟ୍ରେରେ ହାଲୁକା ତେଲ ଲଗାନ୍ତୁ। ତା’ପରେ ବ୍ୟାଟରରେ ଇନୋ ପକାଇ ଏହାକୁ ମିଶାଇ ଛାଞ୍ଚରେ ରଖନ୍ତୁ। ଏହି ଛାଞ୍ଚକୁ ବର୍ତ୍ତମାନ ଇଡିଲ ପ୍ରସ୍ତୁତ କଲା ଭଳି ଗଭୀର ପାତ୍ରର ଉପର ଭାଗରେ ରଖନ୍ତୁ। ୧୫ ମିନିଟ୍ ଏପରି ଛାଡି ଦେବେ। ଯେପରି ଗରମ ପାଣିର ବାମ୍ପରେ ଢୋକଲା ପ୍ରସ୍ତୁତ ହେବ। ୧୫ ମିନିଟ୍ ପରେ ଛୁରୀ ସାହାଯ୍ୟରେ ଯାଞ୍ଚ କରନ୍ତୁ ଢୋକଲା ଭଲ ଭାବେ ହୋଇଛି କି ନାହିଁ। ଯଦି ଛୁରୀରେ କିଛି ନ ଲାଗିବ ତେବେ ଜାଣି ଯିବେ ଯେ ଢୋକଲା ହୋଇଯାଇଛି। ଗ୍ୟାସ ବନ୍ଦ କରି ଥଣ୍ଡା ହେବା ପାଇଁ ରଖନ୍ତୁ।

ଅନ୍ୟ ପାତ୍ରରେ ମଧ୍ୟମ ଆଞ୍ଚରେ ପ୍ୟାନରେ ତେଲ ନିଅନ୍ତୁ। ସୋରିଷ, ଧନିଆ ପତ୍ର ଏବଂ କଞ୍ଚା ଲଙ୍କା ପକାଇ ଫୁଟାନ୍ତୁ। ଏହାକୁ ନେଇ ଢୋକଲା ଉପରେ ଢାଳନ୍ତୁ। ପ୍ରସ୍ତୁତ ହୋଇଗଲା ଢୋକଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories