www.samajalive.in
Monday, December 8, 2025
27.1 C
Bhubaneswar

ଯାତ୍ରୀ ଭଡ଼ା ଆଦାୟ କରୁନାହିଁ ରେଳବାଇ; ବିଭାଗ ପକ୍ଷରୁ ଦିଆଗଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଆସୁଥିବା ଶ୍ରମିକଙ୍କଠାରୁ ରେଳ ଭଡ଼ା ଆଦାୟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଇତି ମଧ୍ୟରେ ଏହି ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ଏକପ୍ରକାର ମୁହାଁମୁହିଁ ହୋଇଛନ୍ତି । ଯାତ୍ରୀମାନଙ୍କଠାରୁ ଆଦାୟ ଭଡ଼ା କଂଗ୍ରେସ ଭରଣା କରିବ ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି । ଏହି ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି । ମାତ୍ର ଇତି ମଧ୍ୟରେ ରେଳବାଇ କୌଣସି ଯାତ୍ରୀଙ୍କଠାରୁ ଭଡ଼ା ଆଦାୟ କରୁନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛି ।

- Advertisement -

ଏକ ବୟାନ ଜାରି କରି ରେଳ ବିଭାଗ ସ୍ପଷ୍ଟ କରିଛି, ସ୍ପେଶାଲ ଟ୍ରେନ ଚଳାଇବା ଖର୍ଚ୍ଚ ରାଜ୍ୟ ସରକାର ଗୁଡ଼ିକ ବହନ କରୁଛନ୍ତି । ଆମେ ବିନା ଟିକଟରେ କୌଣସି ମଧ୍ୟ ଯାତ୍ରା ପାଇଁ ଅନୁମତି ଦେଇନଥାଉ । ତେଣୁ ସ୍ପେଶାଲ ଟ୍ରେନରେ ଘରକୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଗୋଟିଏ ଗୋଟିଏ ଟିକେଟ ଇସ୍ୟୁ କରାଯାଉଛି । ତେବେ ଯାତ୍ରୀଙ୍କ ପାଖରୁ ଭଡ଼ା ଆଦାୟ କରାଯିବ ନା ନାହିଁ, ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ମାତ୍ର ଆମେ କୌଣସି ଯାତ୍ରୀଙ୍କ ଠାରୁ ଭଡ଼ା ଆଦାୟ କରୁନଥିବା କହିଛି ରେଳ ମନ୍ତ୍ରାଳୟ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories