www.samajalive.in
Monday, December 8, 2025
27.1 C
Bhubaneswar

ଆରମ୍ଭ ହେବ ରଥନିର୍ମାଣ; ସରକାର ନେବେ ରଥଯାତ୍ରା ନିଷ୍ପତ୍ତି : ଗଜପତି

ପୁରୀ: ରଥଯାତ୍ରା ଏକ ଧାର୍ମିକ ପର୍ବ ନୁହେଁ, ଏକ ଧର୍ମୀୟ ପର୍ବ । ପୁରୀ ଗ୍ରୀନ ଜୋନ୍ ଘୋଷିତ ହେବା ପରେ ରଥ କାମ ଆରମ୍ଭ ହେବାରେ କିଛି ବାଧକ ନାହିଁ । କାଲିଠାରୁ ବି ରଥ ନିର୍ମାଣ କାମ ଆରମ୍ଭ ହୋଇପାରେ । କିନ୍ତୁ ରଥଯାତ୍ରା ନିଷ୍ପତ୍ତି ସରକାର ନେବେ ବୋଲି ସୂଚନା ଦେଇଛନ୍ତି ଗଜପତି ଦିବ୍ୟସିଂହ ଦେବ ।

ରଥ ନିର୍ମାଣ ଓ ରଥଯାତ୍ରା ସଂକ୍ରାନ୍ତରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ ପରିଚାଳନା କମିଟି ବୈଠକରେ  ରଥଯାତ୍ରା ଓ ସ୍ନାନ ଯାତ୍ରା ନେଇ କୌଣସି ଆଲୋଚନା ହୋଇନାହିଁ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରଥନିର୍ମାଣ କାମ ଆରମ୍ଭ ହେବ । ପୁରୀ ଗ୍ରୀନ୍ ଜୋନରେ ରହିଛି ଓ ସରକାରଙ୍କ ମାର୍ଗଦର୍ଶିକାରେ ରଥକାମ ନିର୍ମାଣ ନେଇ କୌଣସି ବାରଣ କରାଯାଇ ନାହିଁ । ତେଣୁ ରଥଖଳାରେ ରଥ ନିର୍ମାଣ ଆରମ୍ଭ ହୋଇପାରିବ। ଅନ୍ୟପକ୍ଷରେ ରଥଯାତ୍ରା ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତିକୁ ଚୂଡ଼ାନ୍ତ ବୋଲି କହିଛନ୍ତି ଗଜପତି । ସରକାର ଯଦି ରଥଯାତ୍ରା ନ କରିବାକୁ ନିଷ୍ପତ୍ତି ନେବେ ତାହାକୁ ପରିଚାଳନା କମିଟି ଗ୍ରହଣ କରିବ । ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories