www.samajalive.in
Tuesday, December 9, 2025
17.1 C
Bhubaneswar

କୋଭିଡ-୧୯ ସଦ୍ୟତମ ସୂଚନା : ଆରୋଗ୍ୟ ହାର ୨୬.୬୫ % ବୃଦ୍ଧି

ନୂଆଦିଲ୍ଲୀ : ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ମୋଟ ୧୦,୦୧୮ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଗତ୨୪ ଘଣ୍ଟା ମଧ୍ୟରେ ୧୦୬୧ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଆରୋଗ୍ୟ ହାର ୨୬.୬୫ ପ୍ରତିଶତ ରହିଛି । ଦେଶରେ ଗତକାଲି ଅପେକ୍ଷା ୨୨୯୩ଟି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ସାରା ଦେଶରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୩୭,୭୭୬ ରେ ପହଞ୍ଚିଛି । କୋଭିଡ-୧୯ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୨୨୩ରେ ପହଞ୍ଚିଛି।

- Advertisement -

ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)ର ଯୁକ୍ତିଯୁକ୍ତ ଉପଯୋଗ ନିମନ୍ତେ ଅତିରିକ୍ତ ଗାଇଡଲାଇନ ଜାରି କରାଯାଇଥିଲା। ପୂର୍ବରୁ ‘ବ୍ୟକ୍ତିଗତ ସୁରକ୍ଷା ଉପକରଣର ଯୁକ୍ତିଯୁକ୍ତ ବ୍ୟବହାର’ ନିମନ୍ତେ ଜାରି ହୋଇଥିବା ଗାଇଡଲାଇନ ଆଧାରରେ ଏହି ଗାଇଡଲାଇନ ଜାରି ହୋଇଛି । ବିସ୍ତୃତ ଗାଇଡଲାଇନ

https://www.mohfw.gov.in/pdf/AdditionalguidelinesonrationaluseofPersonalProtectiveEquipmentsettingapproachforHealthfunctionariesworkinginnonCOVIDareas.pdf  ରେ ଉପଲବ୍ଧ ରହିଛି।

କୋଭିଡ-୧୯ ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍  https://www.mohfw.gov.in/ ଦେଖନ୍ତୁ।

କୋଭିଡ-୧୯ ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19@gov.inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019@gov.in ରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟ୍ବିଟ କରନ୍ତୁ ।

କୋଭିଡ-୧୯ ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +୯୧-୧୧-୨୩୯୭୮୦୪୬ ଅବା ୧୦୭୫ (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-୧୯ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories