www.samajalive.in
Monday, December 8, 2025
27.1 C
Bhubaneswar

ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ଭୁବନେଶ୍ବର : ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତ ବିପଦପୂର୍ଣ୍ଣ କଳିଙ୍ଗାଘାଟି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ତପନ ସେଠି ହୋଇଥିବା ବେଳେ ଗୁରୁତରଙ୍କ ନାମ ବିରାଜ ଲେଙ୍କା। ବସ୍‌ରେ ୬୪ଜଣ ଯାତ୍ରୀ ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ଜଣଙ୍କୁ ଉଦ୍ଧାର କରାଯାଇଛି। ବସ୍‌ତଳେ କିଛି ଯାତ୍ରୀ ଚାପି ହୋଇ ରହିଥିବା ଜଣାପଡ଼ିଛି। ବିପଦପୂର୍ଣ୍ଣ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଓଲଟି ପଡ଼ିଥିଲା।  ରାତିରେ ଅନ୍ଧାର ଥିବାରୁ ଡ୍ରାଇଭର୍ ଦେଖି ପାରିନଥିଲେ ଏବଂ ରାସ୍ତା ପାର୍ଶ୍ବରେ ଥିବା ଗାଡ୍‌ୱାଲ୍‌ରେ ବାଡେଇ ହୋଇଯାଇଥିଲା।  ଏହାଫଳରେ ବସ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତକାରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ଧାର ହୋଇଥିବାରୁ ଯାତ୍ରୀଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇପାରୁ ନାହିଁ। ବସ୍‌ରେ କୌଣସି ମହିଳା କିମ୍ବା ଶିଶୁ ନଥିବା ଜଣାପଡ଼ିଛି। ଆହତ ସମସ୍ତ ଯାତ୍ରୀଙ୍କୁ ଭଞ୍ଜନନଗର ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ବୋଲି ବୋଲି ଚିଫ୍‌ ଫାୟାର୍‌ ଅଫିସର ସୁକାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

ବସ୍‌ଟି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଯାଉଥିଲା। ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାର କରାଯାଇଥିବା ଯାତ୍ରୀଙ୍କୁ  ଚିକିତ୍ସା ପାଇଁ ପଠାଯାଇଛି ଏବଂ ସରକାରୀ ନିୟମାନୁସାରେ ପଦକ୍ଷେପ ନିଆଯାଉଛି ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

- Advertisement -

ଏନେଇ କନ୍ଧମାଳ ଏସପି ପ୍ରତୀକ ସିଂହ କହିଛନ୍ତି ଯେ, ବସଟି ସୁରତରୁ ଫେରିଥିଲା। ଆମେ ବସକୁ ଏକ୍ସକଟ୍ କରିଥିଲୁ ମାତ୍ର ଚାଳକ ରାସ୍ତା ଜାଣି ପାରିନଥିଲେ ଫଳରେ ଘାଟି କଡ଼ରେ ବସ୍ ପିଟି ହୋଇଯାଇଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories