www.samajalive.in
Monday, December 8, 2025
27.1 C
Bhubaneswar

ଉଦ୍ଧବ ଠାକ୍‌ରେଙ୍କ ପାଇଁ ବଢ଼ିଲା ସମସ୍ୟା; ମହାରାଷ୍ଟ୍ର ରାଜନୀତି ସରଗରମ

ମୁମ୍ବାଇ : ବିଧାନସଭା ଅବା ପରିଷଦକୁ ନିର୍ବାଚିତ ହେବା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ବଢ଼ିଛି ସମସ୍ୟା । ରାଜ୍ୟପାଳଙ୍କ କୋଟାରୁ ମନୋନୀତ ହେବାକୁ ସେ  ଚେଷ୍ଟା  କରିଥିଲେ ହେଁ ରାଜ୍ୟପାଳ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୬ ମାସ ମଧ୍ୟରେ ବିଧାନସଭା ହେଉ ଅବା ବିଧାନ ପରିଷଦକୁ ନିର୍ବାଚିତ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ଠାକ୍‌ରେ ଏ ଯାଏ ନିର୍ବାଚିତ ହୋଇନାହାନ୍ତି । କରୋନା ପାଇଁ ବିଧାନ ପରିଷଦ ନିର୍ବାଚନ ହୋଇପାରି ନଥିବା ବେଳେ ତାଙ୍କୁ ମନୋନୀତ କରିବାକୁ ଶ୍ରୀ ଠାକ୍‌ରେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ଏଥିରେ ହସ୍ତକ୍ଷେପ କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଅନୁରୋଧ କରିଥିଲେ । କିନ୍ତୁ ରାଜ୍ୟପାଳ ଭଗତ ସିଂହ ଖୋସିଆରୀ ଗୁରୁବାର ବିଧାନ ପରିଷଦରେ ଖାଲି ପଡିଥିବା ୯ ଆସନରେ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । ଫଳରେ ରାଜ୍ୟପାଳଙ୍କ କୋଟାରୁ ସେ ମନୋନୀତ ହେବା ଆଶା ମଉଳି ଯାଇଛି । ବିଭିନ୍ନ ବିକଳ୍ପ ନେଇ ତର୍ଜମା ଚାଲିଥିବା ବେଳେ ଶ୍ରୀ ଠାକ୍‌ରେଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ରାଜନୀତି ବିଶ୍ଳେଷକମାନେ ଆଶଙ୍କା କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ମଇ ୨୭ ସୁଦ୍ଧା ଶ୍ରୀ ଠାକ୍‌ରେଙ୍କୁ ଯେ ବିଧାନସଭା ଅବା ପରିଷଦକୁ ଯିବାର ଆବଶ୍ୟକତା ରହିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories