www.samajalive.in
Monday, December 8, 2025
27.1 C
Bhubaneswar

ଅର୍ଥନୀତିକୁ ତ୍ବରିତ କରିବାକୁ ପ୍ରୟାସ ; ୬୬୦୦ ନୂଆ ନିଯୁକ୍ତି ଦେବ କୋଲ ଇଣ୍ଡିଆ

କଲକାତା : ଦେଶର ଅର୍ଥନୀତିକୁ ତ୍ବରିତ କରିବା ଲକ୍ଷ୍ୟ ନେଇ କୋଲ୍‌ ଇଣ୍ଡିଆ ଚଳିତବର୍ଷ ୬୬୦୦ ନୂଆ ନିଯୁକ୍ତି ଦେବାକୁ ଯାଉଛି । କମ୍ପାନୀ ଉପରୋକ୍ତ ନିଯୁକ୍ତି ଏହାର କାର୍ଯ୍ୟନିର୍ବାହୀ ଏବଂ ଅଣକାର୍ଯ୍ୟନିର୍ବାହୀ କ୍ୟାଡରରେ ଦେବ ।  ଚଳିତବର୍ଷ ଚାହିଦା ଏବଂ ବିକ୍ରିରେ ହ୍ରାସ ସତ୍ତ୍ବେ ଏହି ନିଯୁକ୍ତି କୋଲ ଇଣ୍ଡିଆ ଏବଂ ଏହାର ସହଯୋଗୀ ସଂସ୍ଥାଗୁଡିକ ଦ୍ବାରା କରାଯିବ । ଲକ୍‌ଡାଉନ୍ ଖୋଲିବା ପରେ ପରିସ୍ଥିତି ସ୍ବାଭାବିକ ହେବା ପରେ ଏହି ଖାଲି ପଦବୀଗୁଡିକରେ ନିଯୁକ୍ତି ଦିଆଯିବ । କୋଲ ଇଣ୍ଡିଆରେ ଚଳିତବର୍ଷ ବହୁ ସଂଖ୍ୟାରେ ପଦବୀ ଖାଲିପଡିଛି । ଆହୁରି ଅନେକ ପଦପଦବୀ ପୂରଣ କରାଯିବ ​ବୋଲି କମ୍ପାନୀର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ସୂଚନା ଦେଇଛନ୍ତି । ଗତବର୍ଷ କମ୍ପାନୀ ଉଭୟ କାର୍ଯ୍ୟନିର୍ବାହୀ ଏବଂ ଅଣକାର୍ଯ୍ୟନିର୍ବାହୀ କ୍ୟାଡରରେ ପାଖାପାଖି ୮୦୦୦ ପଦବୀ ପୂରଣ କରିଛନ୍ତି । ୧୩୨୬ ଜଣ କାର୍ଯ୍ୟନିର୍ବାହୀଙ୍କୁ ନିଯୁକ୍ତି ଦେବା ପାଇଁ କମ୍ପାନୀ ଇତି ମଧ୍ୟ​‌ରେ ଲିଖିତ ପରୀକ୍ଷା କରାଇସାରିଛି, କିନ୍ତୁ ଲକ୍‌ ଡାଉନ୍‌ ପାଇଁ ଏହାର ସାକ୍ଷାତକାର ସ୍ଥଗିତ ରଖାଯାଇଛି । ଲକ୍‌ ଡାଉନ୍‌ ଉଠିବାର କିଛି ସପ୍ତାହରେ ଏ ନେଇ ପ୍ରକ୍ରିୟା ଆରମ୍ଭ କରାଯିବ । ଆହୁରିମଧ୍ୟ କୋଲ ଇଣ୍ଡିଆ ଚଳିତବର୍ଷ ୧୦୦୦ ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି ।

ସୂଚନାଯୋଗ୍ୟ, କୋଲ ଇଣ୍ଡିଆରେ ୨.୮ ଲକ୍ଷ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ଏଥିରୁ ୧୯୦୦୦ ହେଉଛନ୍ତି କାର୍ଯ୍ୟନିର୍ବାହୀ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories