www.samajalive.in
Tuesday, December 9, 2025
17.1 C
Bhubaneswar

ଘର ଉପରେ ଭାଙ୍ଗି ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର

କଲମପୁର : କାଳବୈଶାଖୀର ପ୍ରଭାବ କାରଣରୁ ଜଣକର ଘର ଉପରେ ଗଛ ଭାଙ୍ଗି ପଡିଛି। ଘର ମଝିରେ ଗଛଟି ଭାଙ୍ଗି ପଡିଥିବା ବେଳେ ପରିବାରର ଲୋକ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ମାଲିଗାଁ ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

ପ୍ରାପ୍ତ ସୁଚନା ଅନୁଯାୟୀ, ଗତ ରବିବାର ଦିନ ସଂଧ୍ୟାରେ ଥୁଆମୂଳ ରାମପୁର ଅଂଚଳରେ କାଳବୈଶାଖୀର ତାଣ୍ଡବ ରଚିଥିଲା। ପବନ ସହିତ ବର୍ଷାର ପ୍ରଭାବ କାରଣରୁ କେରପାଇର ଏକ ଅସ୍ଥାୟୀ ପୋଲ ଭାଙ୍ଗିଯାଇଥିବା ବେଳେ ଅନେକ ଘରର ଛାତ ଉଡି ଯାଇଥିଲା। ସେହିଭଳି ମାଳିଗାଁ ଗୌରୀ ଶଙ୍କାର ନାୟକଙ୍କ ଘର ପଛ ପଟରେ ଥିବା ଏକ ବିରାଟକାୟ ଗଛ ଭାଙ୍ଗି ଯାଇଥିଲା। ଏହି ଗଛଟି ଗୌରୀଶଙ୍କରଙ୍କ ଘର ମଝିରେ ଭାଙ୍ଗି ପଡିଯିବାରୁ ଘର ଛାତ ଭାଙ୍ଗିଯାଇଥିବା ବେଳେ ଘରେ ଥିବା ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ସୁଚନା ପାଇବା ପରେ ରାଜସ୍ୱ ନିରୀକ୍ଷକ ଘଟଣାର ତଦନ୍ତ କରି ସାରିଛନ୍ତି। ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣ ଜନିତ ଆଶଙ୍କା ଓ ଗ୍ରୀଷ୍ମ ତାପ ବୃଦ୍ଧି ଓ କାଳବୈଶାଖୀର ପ୍ରଭାବ ଲାଗିଥିବାରୁ ଏହି ଗୃହହୀନ ପରିବାର ଅସହାୟ ହେଇ ପଡିଛନ୍ତି। ସେମାନେ ଏବେ କେମିତି ରହିବେ ସେ ନେଇ ଚିନ୍ତିତ। କାହା ଘରେ ଆଶ୍ରୟ ନେବା ମଧ୍ୟ ସମ୍ଭବ ହେଉ ନାହିଁ ତେଣୁ ତୁରନ୍ତ ଏହି ଅସହାୟ ପରିବାରକୁ ଘର ମରାମତି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories