www.samajalive.in
Thursday, December 11, 2025
26.1 C
Bhubaneswar

ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୨୩ .୦୩%କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ଶତକଡ଼ା ୨୩ .୦୩ ଭାଗକୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା  ୭ହଜାର ୨୭ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୬୮୪ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗତ ୨୮ ଦିନ ଧରି ଦେଶର ୧୭ଟି ଜିଲ୍ଲାରେ ଆଉ କୌଣସି ନୂଆ ଲୋକ କୋଭିଡ୍‍-୧୯ରେ ସଂକ୍ରମିତ ହୋଇ ନାହାନ୍ତି । ସେହିପରି କୋଭିଡ୍‍-୧୯ ର  ଚିକିତ୍ସା ପାଇଁ ପ୍ଲାଜମା ଥେରାପିକୁ ଛାଡ଼ି ବର୍ତ୍ତମାନ ଆଉ କୌଣସି ଚିକିତ୍ସା ଉପାୟ ନାହିଁ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାିଛି, ଆଇସିଏମ୍‍ଆର୍‍ ଦ୍ୱାରା ଅଧ୍ୟୟନ ଓ ବୈଜ୍ଞାନିକମାନଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା ପରେ ପ୍ଲାଜମା ଥେରାପି କୋଭିଡ୍‍-୧୯ ପାଇଁ କେବଳ ପ୍ରୟୋଗ କରାଯାଇ ପାରିବ ବୋଲି ଜଣାପଡ଼ିଛି । ତେବେ ପ୍ଲାଜମା ଥେରାପିକୁ ଯଦି ଠିକ୍‍ ଉପାୟରେ ଓ ଉପଯୁକ୍ତ
ପରାମର୍ଶ ଅନୁଯାୟୀ ବ୍ୟବହାର କରାନଯାଏ ତାହେଲେ ଏହାର ଫଳାଫଳ ଭୟାବହ ହେବ।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories