www.samajalive.in
Monday, December 8, 2025
27.1 C
Bhubaneswar

​‌​‌ଧୋନି ଜାତୀୟ ଦଳକୁ ଫେରିବା ଆଇପିଏଲ୍‌ ଉପରେ ନିର୍ଭରଶୀଳ ନୁହେଁ: ଆକାଶ ଚୋପ୍ରା

ନୂଆଦିଲ୍ଲୀ : ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳକୁ ଫେରିବେ କି ନାହିଁ ତାହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଲାଗି ରହିଛି। ଧୋନି ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କଲେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳରେ ସ୍ଥାନ ପାଇବେ ବୋଲି କେତେକ ମହଲରେ ମତପ୍ରକାଶ ପାଇଥିଲା। ତେବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଆଇପିଏଲ୍‌କୁ ଅନିର୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି ବିସିସିଆଇ। ଅନ୍ୟପକ୍ଷରେ ଧୋନି ଭାରତୀୟ ଦଳକୁ ଫେରିବା ଆଇପିଏଲ୍‌ ଉପରେ ନିର୍ଭରଶୀଳ ନୁହେଁ ବୋଲି ମତ ଦେଇଛନ୍ତି ପୂର୍ବତନ କ୍ରିକେଟର୍ ତଥା ଭାଷ୍ୟକାର ଆକାଶ ଚୋପ୍ରା।

ନିଜ ପ୍ରତିକ୍ରିୟାରେ ଆକାଶ କହିଛନ୍ତି ଧୋନି ଭାରତୀୟ ଦଳକୁ ଫେରିବେ କି ନାହିଁ ତାହା ଦଳୀୟ ମ୍ୟାନେଜମେଣ୍ଟ ଉପରେ ନିର୍ଭର କରେ। ଆଇପିଏଲ୍‌ର ଚଳିତ ସିଜିନ୍‌ରେ ଧୋନି ଭଲ ପ୍ରଦର୍ଶନ କଲେ ଭାରତୀୟ ଦଳକୁ ଫେରିବେ ବୋଲି କେତେକ ମହଲରେ ମତପ୍ରକାଶ ପାଉଥିବା ବେଳେ ଏହାକୁ ସେ ଗ୍ରହଣ କରି ପାରୁ ନାହାନ୍ତି। ଧୋନି ଜଣେ ମହାନ କ୍ରିକେଟର୍‌ ହୋଇଥିବାରୁ ଆଇପିଏଲ୍‌ର ଗୋଟିଏ ସଂସ୍କରଣରେ ସେ କିପରି ପ୍ରଦର୍ଶନ କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ ବୋଲି ଯେଉଁ ଆଲୋଚନା ହେଉଛି ତାହା ଗ୍ରହଣୀୟ ନୁହେଁ। ତେବେ ଯଦି ଆଇପିଏଲ୍‌ର ଚଳିତ ସଂସ୍କରଣ ବାତିଲ ହୁଏ ଏବଂ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଗୋଟିଏ ବର୍ଷ ଘୁଞ୍ଚିଯାଏ ତେବେ ଧୋନି ଭାରତୀୟ ଦଳକୁ ଫେରିବା ଏକପ୍ରକାର ଅସମ୍ଭବ ହୋଇ ପଡିବ। କାରଣ ଏପରି ହେଲେ ଧୋନି ମୋଟ ଉପରେ ୧୮ ମାସରୁ ଅଧିକ ସମୟ ଧରି କ୍ରିକେଟ୍‌ ଖେଳିପାରିବେ ନାହିଁ। ଏପରି ସ୍ଥିତିରେ ଧୋନି ଭାରତୀୟ ଦଳକୁ ଫେରିବା ଆଶା ନାହିଁ ବୋଲି ଆକାଶ ସ୍ପଷ୍ଟ କରି ଦେଇଛନ୍ତି।

- Advertisement -

କରୋନା ଭୂତାଣୁ ସଂକ୍ରମଣକୁ ନେଇ ବର୍ତ୍ତମାନ ବିଶ୍ବବ୍ୟାପୀ ଯେପରି ପରିସ୍ଥିତି ରହିଛି ତାହାକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ କଷ୍ଟକର ବୋଲି ଆକାଶ ମତ ଦେଇଛନ୍ତି। ସେହିପରି ଯଦି ଆବଶ୍ୟକ ହୁଏ ତେବେ ଫାଙ୍କା ଷ୍ଟାଡ଼ିୟମରେ ଆଇପିଏଲ୍‌ର ଚଳିତ ସଂସ୍କରଣ ଆୟୋଜନ କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ସରକାରଙ୍କ ତରଫରୁ ବିମାନ ଯାତ୍ରା​‌ ଉପରେ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତାଦେଶ ରହିଛି। ଅକ୍ଟୋବରରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜିତ ହେବାକୁ ଥିବା ବେଳେ ଏହାକୁ ଆୟୋଜନ କରିବା ବେଶ୍‌ କଷ୍ଟକର ହୋଇପଡ଼ିବ ବୋଲି ଆକାଶ କହିଛନ୍ତି। ଅନ୍ୟପକ୍ଷରେ ଆଇପିଏଲ୍‌ରେ ଅଧିକାଂଶ ଭାରତୀୟ କ୍ରିକେଟର୍‌ ଖେଳୁଥିବା ବେଳେ ଖୁବ୍‌ କମ୍‌ ସଂଖ୍ୟକ ବିଦେଶୀ କ୍ରିକେଟର୍‌ ଭାଗ ନେଇଥାନ୍ତି। ତେଣୁ ଯଦି ବିଦେଶୀ ଖେଳାଳି ଆଇପିଏଲ୍‌ରେ ଖେଳିବାକୁ ଭାରତ ଆସିବାରେ ଅସୁବିଧା ହୁଏ ତେବେ ବିଦେଶୀ ଖେଳାଳିଙ୍କ ବିନା ଫାଙ୍କା ଷ୍ଟାଡ଼ିୟମରେ ଆଇପିଏଲ୍‌ ଆୟୋଜନରେ କୌଣସି ଅସୁବିଧା ନାହିଁ ବୋଲି ଆକାଶ କହିଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories