www.samajalive.in
Sunday, December 7, 2025
15.1 C
Bhubaneswar

୫୦୦ ବର୍ଷ ପୂର୍ବେ ତିଆରି ହୋଇଥିଲା ବିଶ୍ବର ପ୍ରଥମ ଘଣ୍ଟା, ଦାମ୍ ଏତେ ଯେ ସେଥିରେ କିଣି ହେବ ୩୦ଟି ହେଲିକପ୍ଟର

ସମାଜ ପୋର୍ଟାଲ ଡେସ୍କ : ଆଜିର ସମୟରେ ଘଣ୍ଟା ପିନ୍ଧିବା ହୁଏତ ଲୋକଙ୍କ ଫ୍ୟାଶନ ହୋଇଥାଇପାରେ, କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ଅଳ୍ପ କିଛି ବଛାବଛା ଲୋକ ବା ଧନୀ ଶ୍ରେଣୀର ଲୋକ ଘଣ୍ଟା ବ୍ୟବହାର କରୁଥିଲେ। ସେମାନେ ଏହାକୁ ପିନ୍ଧିବାକୁ ଆତ୍ମାଭିମାନ ବୋଲି ଭାବୁଥିଲେ।

ଆପଣ କେବେ ଭାବିଛନ୍ତି କି, ଯେଉଁ ଘଣ୍ଟା ବର୍ତ୍ତମାନ ଅତି ସାଧାରଣ ହୋଇଗଲାଣି, ଏହାକୁ ପ୍ରଥମେ କିଏ ତିଆରି କରିଥିଲେ ଏବଂ ସେହି ଘଣ୍ଟାଟି କିପରି ଦେଖାଯାଉଥିଲା? ଆଜି ଆମେ ଆପଣଙ୍କୁ ଏହା ସହ ଜଡିତ କିଛି ବିଶେଷ କଥା କହିବାକୁ ଯାଉଛୁ, ଯାହା ଶୁଣିଳେ ଆଶ୍ଚର୍ୟ୍ୟ ହେବେ।

- Advertisement -

ବିଶ୍ବର ପ୍ରଥମ ଘଣ୍ଟାକୁ ‘ପୋମାଣ୍ଡର ୱାଚ୍ ଅଫ୍ ୧୫୦୫’ କିମ୍ବା ‘ୱାଚ୍ ୧୫୦୫’ ଭାବରେ ଜଣାଯାଏ। ଏହାକୁ ଜର୍ମାନ ଉଦ୍ଭାବକ ପିଟର ହେନ୍‌ଲେନ୍ ତିଆରି କରିଥିଲେ। ତାଙ୍କୁ ବିଶ୍ୱର ପ୍ରଥମ ଘଣ୍ଟା ନିର୍ମାତା ଆଖ୍ୟା ମିଳିଛି। ପିଟର ହେନଲିନ୍ ଏହି ଘଣ୍ଟାକୁ ପ୍ରାୟ ୫୧୫ ବର୍ଷ ପୂର୍ବେ ଅର୍ଥାତ୍ ୧୫୦୫ ମସିହାରେ ତିଆରି କରିଥିଲେ। ଏକ ସେଓ ଆକୃତିର ପୋମାଣ୍ଡର୍ ଘଣ୍ଟା କିପରି ଦୁନିଆକୁ ଆସିଲା ତାହାର କାହାଣୀ ମଧ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ।

କୁହାଯାଏ ଯେ ୧୯୮୭ ରେ ଜଣେ ଯୁବକ ଲଣ୍ଡନର ଏକ କବାଡି ମାର୍କେଟରୁ ୧୦ ପାଉଣ୍ଡ ଅର୍ଥାତ୍ ଆଜି ସମୟର ପ୍ରାୟ ୯୪୭ ଟଙ୍କାରେ ଏକ ପୋମାଣ୍ଡର କିଣିଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ, ଏହା ହେଉଛି ବିଶ୍ୱର ପ୍ରଥମ ଘଣ୍ଟା। ସେ ଅନେକ ବର୍ଷ ଧରି ଘଣ୍ଟାକୁ ନିଜ ପାଖରେ ରଖିବା ପରେ ୨୦୦୨ ରେ ସେ ଏହାକୁ ଅନ୍ୟ କାହାକୁ ବିକ୍ରି କରିଥିଲେ। କିନ୍ତୁ ଯିଏ ସେହି ଘଣ୍ଟା କିଣିଥିଲେ, ସେ ମଧ୍ୟ ଏହାର ମୂଲ୍ୟ ଜଣିଥିଲେ। ତେଣୁ ସେ ମଧ୍ୟ ଏହାକୁ ଅନ୍ୟ ଜଣକୁ ବିକ୍ରି କରିଦେଇଥିଲେ।

ପରିଶେଷରେ ଜଣେ ଗବେଷଣାଙ୍କ ହାତରେ ଏହି ଘଣ୍ଟା ଲାଗିଥିଲା। ସେ ହିଁ ଏହି ଘଣ୍ଟାର ଅସଲି ପରିଚୟ ବିଶ୍ବବାସୀଙ୍କ ସାମ୍ନାକୁ ଆଣିଥିଲେ। ସେହି ଘଣ୍ଟା ଉପରେ ଉଦ୍ଭାବକ ପିଟର ହେନ୍‌ଲେନ୍ ଙ୍କ ଦସ୍ତଖତ ଏବଂ ନିର୍ମାଣର ମସିହା ଉଲ୍ଲେଖ ଥିଲା। ଏହି ଘଣ୍ଟାଟିକୁ ପିଟର ହେନ୍‌ଲେନ୍ ନିଜେ ବ୍ୟବହାର କରୁଥିଲେ।

ଏହି ଘଣ୍ଟାଟିର ବିଶେଷତ୍ବ ହେଉଛି ଏହା ତମ୍ବା ଏବଂ ସୁନାରେ ନିର୍ମିତ। ଆଜିର ସମୟରେ ଏହି ଘଣ୍ଟାର ମୂଲ୍ୟ ୫୦ ରୁ ୮୦ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୩୮୧ କୋଟିରୁ ୬୧୧ କୋଟି ଟଙ୍କା ମଧ୍ୟରେ ହୋଇପାରେ। ଏହି ଆକଳନ ଆମେରିକାର ପ୍ରସିଦ୍ଧ ‘ଆଣ୍ଟିକ୍ ୱିକ୍ ମ୍ୟାଗେଜିନ’ ପକ୍ଷରୁ ୨୦୧୪ ରେ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories