www.samajalive.in
Tuesday, December 9, 2025
16.1 C
Bhubaneswar

ସମଲେଶ୍ୱରୀ ମନ୍ଦିର ପୂଜକଙ୍କ ମଧ୍ୟରେ ଅସନ୍ତୋଷ : ସହାୟତା ପାଇଁ ଦାବି

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିର ଲକଡାଉନ ଯୋଗୁଁ ଗତ ମାସରୁ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଛି। କରୋନା ମହାମାରୀର ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ପୂଜକମାନେ ସରକାରଙ୍କୁ ସମର୍ଥନ କରି ମନ୍ଦିରକୁ ବନ୍ଦ ରଖିଛନ୍ତି। କିନ୍ତୁ ମନ୍ଦିରର ନିତିବିଧି ଅନୁଯାୟୀ ପ୍ରତ୍ୟହ ପୂଜାର୍ଚ୍ଚନା ଚାଲୁ ରହିଛି। ଲକଡାଉନ ଯୋଗୁଁ ଏବେ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତଙ୍କ ଦାନ ଅର୍ଥ ଉପରେ ନିର୍ଭରଶୀଳ ପୂଜକ ମାନେ ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି। ସରକାରଙ୍କୁ ସମର୍ଥନ କରି ସମସ୍ତ ନିୟମକୁ ପାଳନ କରୁଥିବା ବେଳେ ସମସ୍ତେ ସେମାନଙ୍କୁ ଭୁଲି ଯାଇଛନ୍ତି ବୋଲି ମନ୍ଦିର ପୂଜକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମଙ୍ଗଳବାର ପୂର୍ବାହ୍ନରେ ମନ୍ଦିରର ପ୍ରାଙ୍ଗଣରେ ପୂଜକମାନେ ଲକ ଡାଉନ ନିୟମ ପାଳନ କରି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଏବେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରତ୍ୟହ ପାଳି ଥିବା ପୂଜକଙ୍କୁ ୧ ହଜାର ଟଙ୍କା ପୂଜା ପାଇଁ ଦିଆଯାଉଛି। ମାଁଙ୍କ ପ୍ରତ୍ୟେକ ଦିନ ସକାଳୁ ନୂତନ ବସ୍ତ୍ର ପରିଧାନ କରାଯାଇ ଶୃଙ୍ଗାର କରାଯାଇଥାଏ। ଦୁଇ ଥର ମହା ଆଳତୀ, ଦୁଇ ଥର ଅନ୍ନ ଭୋଗ ଆଦି ସମସ୍ତ ରିତିନିତି କରାଯାଇଥାଏ। ଏଣୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦିଆଯାଉଥିବା ୧ ହଜାର ଟଙ୍କା ମାଁଙ୍କ ପୂଜାରେ ହିଁ ଶେଷ ହୋଇଯାଇଥାଏ। ଭକ୍ତ ମାନଙ୍କ ଦାନ ଉପରେ ସମ୍ପୁର୍ଣ୍ଣ ନିର୍ଭର ପୂଜକ ମାନେ ଏବେ ମନ୍ଦିର ବନ୍ଦ ଥିବାରୁ ନିଜର ଓ ପରିବାରର ଭରଣପୋଷଣ କରିବା କଷ୍ଟକର ହୋଇ ପଡିଲାଣି। ଅନ୍ୟ ପଟରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପୂଜକ ମାନଙ୍କ ପାଇଁ ୫ ହଜାର ଟଙ୍କାର ସହାୟତା ରାଶି ଦିଆଯାଇଥିବା ବେଳେ ମାଁ ସମଲେଶ୍ୱରୀ ମନ୍ଦିରର ପୂଜକଙ୍କ କଥା ସମସ୍ତେ ଭୁଲି ଯାଇଛନ୍ତି ବୋଲି ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ କହିଛନ୍ତି। ଏଣୁ ସେମାନଙ୍କର ଆର୍ଥିକ ଦୂରାବସ୍ଥାକୁ ଧ୍ୟାନରେ ରଖି ତୁରନ୍ତ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories