www.samajalive.in
Monday, December 8, 2025
27.1 C
Bhubaneswar

ଆଖି ଆଗରେ ପୁଅର ମୃ୍ତ୍ୟୁ ଦେଖି ଚାଲିଗଲା ମା’ର ଜୀବନ

ବାଲେଶ୍ଵର : ମା’ର ଆଖି ଆଗରେ ଚାଲିଗଲା ୨୫ ବର୍ଷିୟ ଭେଣ୍ଡିଆ ପୁଅର ଜୀବନ । ଯାହାକୁ ସହି ପାରିଲାନି ମାଆ । ପୁଅ ମୃତ୍ୟୁର ୧୫ ମିନିଟ ପରେ ହୃଦଘାତରେ ଚାଲିଗଲା ମା’ର ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଗରଡିହି ପଞ୍ଚାୟତର ବାଲିଚୁଆ ଗ୍ରାମରେ । ସୂଚନାଅନୁସାରେ ବାଲିଚୁଆ ଗାଁର ରବୀନ୍ଦ୍ର ସିଂ ଦୀର୍ଘଦିନ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଥାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ରବୀନ୍ଦ୍ରଙ୍କ ବାପା ପୂର୍ବରୁ ମୃତ୍ୟୁ ବରଣ କରିଥିବା ହେତୁ ପରିବାର ପାଖରେ ଅର୍ଥ ନଥିଲା । ଏଣୁ ରବିନ୍ଦ୍ରଙ୍କ ମା ବେଲମଣି ସିଂ ଏବଂ ତାଙ୍କ ସ୍ତ୍ରୀ ଜାନକୀ ଅର୍ଥ ନ ଥିବାରୁ ରବିନ୍ଦ୍ରଙ୍କୁ ଘରକୁ ନେଇ ଯାଇଥିଲେ ।

ଗତକାଲି ରାତିରେ ହଠାତ ରବିନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାସହ ମୃତ୍ୟୁ ବରଣ କରିଥିଲେ । ଆଖି ଆଗରେ ପୁଅର ମୃତ୍ୟୁକୁ ଦେଖି ସହି ପାରିନଥିଲେ ମା ବେଲମଣି । ପୁଅ ମୃତ୍ୟୁ ବରଣ କରିବାର ୧୫ ମିନିଟ ମଧ୍ୟରେ ହୃଦଘାତରେ ଆଖି ବୁଜିଦେଇ ଥିଲେ ବେଲମଣି । ଏଭଳି ଏକ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୂଳ ବାତାବରଣ ଖେଳିଯାଇଛି । ପୂର୍ବରୁ ବାପା ମୃତ୍ୟୁୃ ବରଣ କରିଥିବା ବେଳେ ଗତକାଲି ମା ଓ ପୁଅଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ଅସହାୟ ହୋଇପଡିଛନ୍ତି ରବିନ୍ଦ୍ରଙ୍କ ସ୍ତ୍ରୀ ଓ ୪ ପିଲା । ମୃତ ରବିନ୍ଦ୍ରଙ୍କର ୩ ଝିଅ ଏବଂ ଗୋଟେ ପୁଅ ରହିଛନ୍ତି । ଏହି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories