www.samajalive.in
Sunday, December 7, 2025
15.1 C
Bhubaneswar

ପବିତ୍ର ଅକ୍ଷୟ ତୃତୀୟାରେ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ଆରମ୍ଭ

ଆରଡି : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଖଣ୍ଡଳମଣିଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ୨୧ ଦିନ ବ୍ୟପି ଆରମ୍ଭ ହୋଇଛି ଚନ୍ଦନଯାତ୍ରା।  ହେଲେ ମହାମାରୀ କରୋନା ପାଇଁ ଲକଡାଉନ ଜାରି ହୋଇଥିବାରୁ ମଣିବାବାଙ୍କର ଶିବଗଙ୍ଗା ପୁଷ୍କରିଣୀରେ ଚାପଖେଳ କରାନଯାଇ, ବିଧିବିଧାନ ଅନୁଯାୟୀ ମନ୍ଦିର ଭିତର ବେଢାରେ ସମସ୍ତ ନୀତିକାନ୍ତି କରାଯାଉଛି। ଏଥିସହ ଏହି ନୀତିରେ ପରମ୍ପରା ଅନୁଯାୟୀ ମନ୍ଦିରର ୨୫୦ ସେବାୟତ ପରିବାର ଦୈନଦିନ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥାନ୍ତି।  ହେଲେ ଚଳିତ ବର୍ଷ ସାମାଜିକ ଦୂରତକୁ ଭିତ୍ତି କରି ୨୧ ଦିନ ଯାତ୍ରାରେ ପାଳି ଅନୁଯାୟୀ ସେବାୟତଙ୍କୁ ସେବା କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ରବିବାର ଭୋର ୪ଟାରେ ପହଡ ଖୋଲିବା ପରେ ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ସରିବା ପରେ ମଣିବାବାଙ୍କ ଶୀତଳ ଉପଚାର ନୀତି ନିମନ୍ତେ ଦିଗମ୍ବର ବେଶରେ  ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ପରେ ଚନ୍ଦନଯାତ୍ରା ପାଇଁ ମଣିବାବାଙ୍କ ଚଳନ୍ତି ପ୍ରତୀମା ଚନ୍ଦ୍ରଶେଖରଙ୍କୁ ସେବାକାରୀମାନେ ନାଟମଣ୍ଡପକୁ ବିଜେ କରିବା ପରେ ରୀତିନୀତି ଅନୁଯାୟୀ ଚନ୍ଦନ ନୀତିକାନ୍ତୀ ଅନୁଷ୍ଠିତ ହେବା ସହ ଏକ ଜଳକୁଣ୍ଡରେ ଚାପଖେଳ କରାଯାଇଥିଲା।

ଏପଟେ ବାହାର ଚନ୍ଦନ ନୀତି ବନ୍ଦ ରିବା ଫଳରେ ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପ ଶୂନଶାନ ହୋଇ ପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories