www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ : ପ୍ରତ୍ୟେକ ଭାରତୀୟ ଜଣେ ସୈନିକ, ଚାଷୀଙ୍କୁ ପ୍ରଶଂସା ଓ ମାସ୍କ ସଭ୍ୟ ସମାଜର ପ୍ରତୀକ

ନୂଆଦିଲ୍ଲୀ : ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ରବିବାର ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନୋ ବିପକ୍ଷରେ ଜନତା ଲଢେଇ କରୁଛି।  ଏହି ସଂଗ୍ରାମରେ ପ୍ରତ୍ୟେକ ଭାରତୀୟ ଜଣେ ଜଣେ ସୈନିକ। ଲୋକଙ୍କ ସହ ମିଶି ଶାସନ – ପ୍ରଶାସନ ମଧ୍ୟ ଲଢୁଛି ବୋଲି କହିଛନ୍ତି। ନିଜ ସାମର୍ଥ୍ୟ ଅନୁସାରେ ଲୋକେ କରୋନା ସହ ଲଢୁଛନ୍ତି। ଆଜି ଦେଶ ଗୋଟିଏ ଲକ୍ଷ୍ୟ ନେଇ ଏକାଠି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କହିଛନ୍ତି ।

ମୋ ଦେଶରେ କେହି ଭୋକରେ ନ ରୁହନ୍ତୁ ଭାବି ଚାଷୀମାନେ କ୍ଷେତରେ ଦିନରାତି କାର୍ଯ୍ୟକରୁଛନ୍ତି।  କ୍ଷେତରେ ଚାଷକରୁଥିବା ଚାଷୀଙ୍କୁ ମୋଦୀ ପ୍ରଶଂସା କରିଛନ୍ତି ।  ଏ ପର୍ଯ୍ୟନ୍ତ କୋଭିଡ ଓ୍ବେବସାଇଟରେ covidwarriors.gov.in ରେ ୧.୨୫ କୋଟି ଲୋକ ଯୋଡ଼ି ହୋଇଛନ୍ତି। ମେଡିକାଲରେ ଉତ୍ତମ ଚିକିତ୍ସା ଉପଲବ୍ଧ ଉପେର ଗୁରୁତ୍ବ ଦିଆଯାଇଛି। ବିଭିନ୍ନ ପ୍ରାନ୍ତରକୁ ଔଷଧ ଯୋଗାଇଦେବାକୁ ଲାଇଫ ଲାଇନ ଉଡ଼ାନ କାର୍ଯ୍ୟ ଚାଲିଛି। ଲକ ଡାଉନ ବେଳେ ପାର୍ସଲ ଟ୍ରେନ ବନ୍ଦ ହୋଇନାହିଁ , ୧୦୦ରୁ ଅଧିକ ପାର୍ସଲ ଟ୍ରେନ ଚାଲିଛି। କରୋନା ଯୋଦ୍ଧାଙ୍କ ବିପକ୍ଷରେ ହିଂସା କରୁଥିବା ବ୍ୟକ୍ତିଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାବି। ସଙ୍କଟ ସମୟରେ ମଧ୍ୟ ଆମେ ବାହାର ଦେଶକୁ ଔଷଧ ପଠାଇ ପାରିଛୁ  ବୋଲି ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

- Advertisement -

ଭାରତ ଯୋଗ ଓ ଆୟୁର୍ବେଦର ଗୁରୁତ୍ବ ବଢିଛି ରୋଗ ପ୍ରତିରୋଧକ ଶକ୍ତ ବୃଦ୍ଧି ପାଇଁ ଯୋଗ ଓ ଆୟୁର୍ବେଦକୁ ନେଇ ବିଶ୍ବରେ ଚର୍ଚ୍ଚା ହେଉଛି। ମୋଦୀ ନିଜ ମାସ୍କ ସଭ୍ୟ ସମାଜର ପ୍ରତୀକ ପାଲଟିଛି । ଗାମୁଚ୍ଛାରେ ମୁହଁ ଢାଙ୍କିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ପକାଇବାରୁ ବିରତ ରୁହନ୍ତୁ। କୋରନା ଲଢେଇରେ କେନ୍ଦ୍ର- ରାଜ୍ୟ ମଧ୍ୟରେ ସମନ୍ବର ରହିଛି। ସ୍ଥାନୀୟ ପ୍ରଶାସନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଆମେ ସତର୍କ ରହି ଉପଯୁକ୍ତ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ବୋଲି ଶେଷରେ ପ୍ରଧାନମନ୍ତ୍ରୀ  କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories