www.samajalive.in
Tuesday, December 9, 2025
17.1 C
Bhubaneswar

କୋଭିଡ୍‌-୧୯ ଚିକିତ୍ସା ପାଇଁ ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ନିବେଦନ କଲେ ଦେଶର ପ୍ରଥମ ପ୍ଲାଜମା ଦାତା

ନୂଆଦିଲ୍ଲୀ : କୋଭିଡ୍‌-୧୯ ତଥା କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି। କୋଭିଡ୍‌-୧୯ର ସଫଳ ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନାହିଁ। ତେବେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ରୋଗୀଙ୍କୁ କିଭଳି ଚିକିତ୍ସା କରାଯାଇପାରିବ ସେଥିପାଇଁ ଔଷଧ ଓ ଟୀକା ବାହାର କରିବାକୁ ଗବେଷଣା ଚାଲିଛି। କୋଭିଡ୍‌-୧୯ ମୁକାବିଲା କରିବାକୁ ସାରା ବିଶ୍ୱ ଏହାର ଚିକିତ୍ସା ଖୋଜୁଥିବା ବେଳେ ପ୍ଲାଜମା ଥେରାପିକୁ ବ୍ୟବହାର ନୂଆ ଆଶା ସଞ୍ଚାର କରିଛି। କରୋନା ସଂକ୍ରମିତଙ୍କୁ ସୁସ୍ଥ କରିବା ପାଇଁ ଏବେ ଭାରତ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ପ୍ଲାଜମା ଥେରାପି ସାହାଯ୍ୟରେ ଭୂତାଣୁ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ରୋଗୀଙ୍କ ଚିକିତ୍ସା ପାଇଁ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରୁ ଆଣ୍ଟିବଡି ତିଆରି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଡାକ୍ତର। ଭାରତରେ ଏହି ଚିକିତ୍ସାକୁ ପରୀକ୍ଷାମୂଳକ ସଫଳତା ମିଳିଛି। ଏହି ଥେରାପି ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବା ଲୋକଙ୍କୁ ମଧ୍ୟ ଦିଆ ଯାଇପାରିବ- ଯେପରିକି ସ୍ୱାସ୍ଥ୍ୟ କର୍ମୀ, ରୋଗୀଙ୍କ ପରିବାର ଏବଂ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକ। ଏହି ପ୍ଲାଜମା ଥେରାପିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଭାରତର ପ୍ରଥମ ପ୍ଲାଜମା ଦାତା ସ୍ମୃତି ଠାକୁର କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣରୁ ସୁସ୍ଥ ହେବା ପରେ ସେ ନିଜ ପିତାମାତାଙ୍କ ସହିତ ଘରେ ରହିଥିଲେ ଏବଂ ଘରେ ୧୪ଦିନିଆ ସଙ୍ଗରୋଧରେ ରହିବାର ସମୟ ମଧ୍ୟ ସମାପ୍ତ କରିଥିଲେ। ଏହି ସମୟରେ ତାଙ୍କୁ ସିଭିଲ୍ ହସ୍ପିଟାଲର ଜଣେ ଡାକ୍ତର ଫୋନରେ ଅନୁରୋଧ କରି କହିଥିଲେ ଯେ ପରୀକ୍ଷାମୂଳକ ଭାବେ ସେମାନେ ତାଙ୍କ ରକ୍ତରୁ ପ୍ଲାଜମା ବାହାର କରିବାକୁ ଚାହୁଁଛନ୍ତି, ଯଦ୍ୱାରା କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇପାରିବ। ଡାକ୍ତରଙ୍କ ଅନୁରୋଧକୁ ରକ୍ଷା କରି ସ୍ମୃତି ଠାକୁର ସିଭିଲ୍‌ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ସେଠାରେ ସ୍ବତନ୍ତ୍ର ଭାବେ ସାନିଟାଇଜ୍‌ କରାଯାଇଥିବା ଏକ ସ୍ବତନ୍ତ୍ର ପ୍ରକୋଷ୍ଠ, ମେସିନ୍ ଏବଂ ଯନ୍ତ୍ରପାତି ସହାୟତାରେ ସ୍ମୃତି ଠାକୁର ପ୍ଲାଜ୍‌ମା ଦାନ କରିଥିଲେ। ଜଣେ କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କଠାରେ ପ୍ଲାଜମା ଥେରାପି ପରୀକ୍ଷା କରାଯାଇଥିଲା ଓ ସଫଳ ମଧ୍ୟ ହୋଇଥିଲା। ଏହାପରେ କରୋନା ଭୂତାଣୁ ସଂକ୍ରମିତ ହୋଇ ଚିକିତ୍ସିତ ହୋଇ ଘରକୁ ଫେରିଥିବା କେତେଜଣ ରୋଗୀଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇ ପ୍ଲାଜ୍‌ମା ​‌େ​‌ଥରାପି ଚିକିତ୍ସା ସମ୍ପାଦି ହୋଇଥିଲା। ପ୍ରଥମ ପ୍ଲାଜମା ଦାତା ମାନ୍ୟତା ପାଇଥିବା ସ୍ମୃତି ଠାକୁର କହିଛନ୍ତି କୋଭିଡ୍‌-୧୯ ସଫଳ ଚିକିତ୍ସା ପାଇଁ ରୋଗୀଙ୍କୁ ପ୍ଲାଜମା ଦାନ କରିବା ଦରକାର। ଏହା ନିରାପଦ ଅଟେ। ଯେଉଁମାନେ କରୋନା ଭୂତାଣୁ ସଂକ୍ରମିତ ହୋଇ ଚିକିତ୍ସା ପରେ ଘରକୁ ଫେରିଛନ୍ତି ସେମାନେ ପ୍ଲାଜ୍‌ମା ଦାନ କରିପାରିବେ। ତେଣୁ ସେମାନେ ସ୍ବେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ କରିବାନୁ ସେ ନିବେଦନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories