www.samajalive.in
Tuesday, December 9, 2025
17.1 C
Bhubaneswar

ଚିକିତ୍ସା ପରିଚାଳନା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଓଡ଼ିଶାର ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଶଂସା

ଭୁବନେଶ୍ବର: ଜାତୀୟ ପଞ୍ଚାୟତିରାଜ ଦିବସରେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ଗ୍ରାମପଞ୍ଚାୟତକୁ ଉନ୍ନୟନମୂଳକ ଯୋଜନା ନିମନ୍ତେ, ବେଲଗୁଣ୍ଠା ବ୍ଲକ୍‌ର ବଡବୋରସିଙ୍ଗି ପଞ୍ଚାୟତକୁ ଶିଶୁ ଅନୁକୂଳ କାର୍ଯ୍ୟକ୍ରମ ନିମନ୍ତେ ଓ ସାନଖେମୁଣ୍ଡି ବ୍ଲକ୍‌ର ପୋଡାମାରି ପଞ୍ଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩ ପଞ୍ଚାୟତ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଭଳି କାର୍ଯ୍ୟକ୍ରମ ପ୍ରଚଳନ, ଗ୍ରାମାଞ୍ଚଳ କଲ୍ୟାଣ ପାଇଁ ଯଥାର୍ଥ ପରିଚାଳନା ଓ ପଞ୍ଚାୟତିରାଜ ପ୍ରତିନିଧିଙ୍କ ସଶକ୍ତିକରଣ ମାଧ୍ୟମରେ ଗ୍ରାମାଞ୍ଚଳ ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ଏହା ସମ୍ଭବ ହୋଇଛି। ରୋଗ ନିରୀକ୍ଷଣ, ଚିକିତ୍ସା ପରିଚାଳନା, ଆଗୁଆ ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଓଡ଼ିଶାର ସଫଳତା ପାଇଁ ଭାରତ ସରକାର ରାଜ୍ୟକୁ ପ୍ରଶଂସା କରିଛନ୍ତି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଶଂସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories