www.samajalive.in
Tuesday, December 9, 2025
17.1 C
Bhubaneswar

ଏମକେସିଜି କରୋନା ୱାର୍ଡରେ ସନ୍ଦିଗ୍ଧ ଯୁବକ ମୃତ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ କରୋନା ୱାର୍ଡରେ ବୁଧବାର ସକାଳେ ଜଣେ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ ହୋଇଛି । ରୋଗୀ ଜଣଙ୍କ କିଛିଦିନ ତଳେ ତାମିଲନାଡୁରୁ ଫେରିଥିବା ବେଳେ ଏମକେସିଜିରେ ଗତକାଲି ରାତିରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କ ସ୍ୱାବ ନମୁନା ପରୀକ୍ଷା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିବାରୁ ଘଟଣା ଅଧିକ ଉଲ୍ଲେଖନୀୟ ହୋଇପଡିଛି ।

ସୂଚନା ଅନୁଯାୟୀ, ଗଞ୍ଜାନ ଜିଲା ଭଞ୍ଜନଗର ଅଞ୍ଚଶର ୩୧ ବର୍ଷୀୟ ଯୁବକ ଅନେକ ଦିନ ହେବ ତାମିଲନାଡୁରେ ରହୁଥିବା ବେଳେ ଟିବି ରୋଗରେ ପୀଡିତ ହୋଇ ସେଠାକାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜକୁ ୫ ଦିନ ତଳେ ଏକ ଆମ୍ବୁଲାନ୍ସ ଯୋଗେ ସେ ନିଜ ଗାଁକୁ ଚାଲି ଆସିଥିଲେ । ଗାଁ ରେ ସ୍ଵାସ୍ଥ୍ୟ ବିଗିଡିବାରୁ ପରିବାର ଲୋକେ ତାଙ୍କୁ ଗତକାଲି ରାତିରେ ଏମକେସିଜିକୁ ଆଣିଥିଲେ । ଯେହେତୁ ବ୍ୟକ୍ତିଙ୍କ ଠାରେ କାଶ ସହ ଅନ୍ୟ ଲକ୍ଷଣ ଅଛି ଡାକ୍ତରମାନେ ତାଙ୍କୁ କଜୁଆଲିଟିର ଉପର ମହଲାରେ ଥିବା କରୋନା ଆଇସଲେସନ କକ୍ଷରେ ଭର୍ତ୍ତି କରିଥିଲେ । ଆଉ ଆଜି ତାଙ୍କର ସ୍ୱାବ ନମୁନା ସଂଗ୍ରହ ହେବାର ଥିଲା। କିନ୍ତୁ ରାତି ପହିବା ବେଳକୁ ଯୁବକ ଜଣକ ଆଖି ବୁଜିଦେଇଥିଲେ । ତାଙ୍କ ମୃତ୍ୟୁ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଯୁବକଙ୍କ ଠାରେ ପୂର୍ବରୁ ଟିବି ରୋଗ ଥିବାରୁ ସେ ସେହି ରୋଗରେ ହିଁ ମାରିଥିବା ଅନୁମାନ କରାଯାଉଛି ବୋଲି ଏମକେସିଜି ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ସନ୍ତୋଷ ମିଶ୍ର କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories