www.samajalive.in
Tuesday, December 9, 2025
17.1 C
Bhubaneswar

କରୋନା ବ୍ୟାପିବାରେ ମାଧ୍ୟମ ରେଷ୍ଟୁରାଣ୍ଟ-ହୋଟେଲ

ନୂଆଦିଲ୍ଲୀ: ଆମେରିକାରେ କରୋନା ଦେଖାଇଛି ନିଜର ବିକଟାଳ ରୂପ । ଆମେରିକା ପୂର୍ବରୁ ୟୁରୋପୀୟ ଦେଶ ଓ ଏହା ପୂର୍ବରୁ ଚୀନ ଏହି ଦୃଶ୍ୟ ଦେଖି ସାରିଛି । ତେବେ କରୋନା ସଂକ୍ରମଣ ନିମନ୍ତେ ଏହି ଦେଶଗୁଡ଼ିକରେ ସବୁଠୁ ବଡ଼ ଭୂମିକା ଗ୍ରହଣ କରିଛି ହୋଟେଲ, ବାର୍ ଓ ରେଷ୍ଟୁରାଣ୍ଟ । ଅଧିକାଂଶ ଲୋକମାନେ ଏହିଠାରୁ ସଂକ୍ରମିତ ହୋଇଥିବା ଏକ ଅଧ୍ୟୟନରେ ପ୍ରକାଶ ପାଇଛି ।
ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଚୀନରେ ପ୍ରଥମେ ଏହି କାରଣରୁ କରୋନା ତୀବ୍ର ବେଗରେ ସଂକ୍ରମଣ ଆରମ୍ଭ କରିଥିଲା । ଜାନୁଆରୀ ୨୪ ତାରିକରେ ଉହାନ ସହର ଯେତେବେଳେ ଲକ୍ଡ଼ାଉନ ହୋଇ ନ ଥିଲା ସେତେବେଳେ ଗୋଟିଏ ଦିନରେ ଗୁଆଙ୍ଗଝାଉ ସହରର ଏକ ରେଷ୍ଟୁରାଣ୍ଟରେ ବହୁ ଲୋକ କରୋନା ସଂକ୍ରମିତ ହୋଇଥିଲେ । ଆଉ କରୋନା ସଂକ୍ରମଣକୁ ଅଧିକ ତୀବ୍ର କରିଥିଲା ରେଷ୍ଟୁରାଣ୍ଟର ଏୟାର କଣ୍ଡିସନର । ଏୟାର କଣ୍ଡିସନର ନିକଟରେ ଭୋଜନ କରୁଥିବା ୩ଟି ପରିବାର ଗୋଟିଏ ଦିନରେ ସଂକ୍ରମିତ ହୋଇଥିଲେ । ତେବେ ସୌଭାଗ୍ୟର ବିଷୟ ହେଉଛି ସେହି ରେଷ୍ଟୁରାଣ୍ଟରେ ସେହି ସମୟରେ ଅନ୍ୟ ଟେବୁଲଗୁଡ଼ିକରେ ବସିଥିବା ୭୩ ଜଣ ଗ୍ରାହକଙ୍କ ନମୁନା ନେଗେଟିଭ୍ ବାହାରିଥିଲା ।

ଗୋଟିଏ ପରିବାରର ଜଣେ କରୋନା ସଂକ୍ରମିତ ଅନ୍ୟ ଦୁଇ ପରିବାରର ୯ ଜଣଙ୍କ ପାଇଁ ସଂକ୍ରମଣ ମାଧ୍ୟମ ପାଲଟିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories