ଲଣ୍ଡନ୍ : କରୋନା ପ୍ରଭାବ ବିଶ୍ବର ଅଶୋଧିତ ତୈଳ କ୍ଷେତ୍ରକୁ ବିଶେଷ ପ୍ରଭାବିତ କରିଛି । ଫଳସ୍ବରୂପ ବିଶ୍ବ ବଜାରରେ ଅଶୋଧିତ ତୈଳ ୨୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି । ଆମେରିକୀୟ ୱେଷ୍ଟ ଟେକ୍ସାସ୍ ଇଣ୍ଟର ମିଡିଏଟ୍ (ଡବ୍ଲ୍ୟୁଟିଆଇ) ତୈଳ ଦର ବ୍ୟାରେଲ ପିଛା ୧୨.୦୫ ଡଲାରକୁ ଖସିଆସିଛି ।
ସୋମବାର ବିଶ୍ବ ବଜାରରେ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ୫.୮% ହ୍ରାସ ଘଟି ୨୬.୪୬ ଡଲାରକୁ ଖସିଛି। ସେହିଭଳି ଡବ୍ଲ୍ୟୁଟିଆଇ ତୈଳ ଦର ବ୍ୟାରେଲ ପିଛା ୧୨.୦୫ ଡଲାରକୁ ହ୍ରାସ ପାଇଛି । ଦିନର କାରବାର ମଧ୍ୟରେ ଏକ ସମୟରେ ଏହା ବ୍ୟାରେଲ ପିଛା ୧୧.୦୪ ଡଲାରକୁ ଖସିଆସିଥିଲା, ଯାହାକି ବିଗତ ୨୧ ବର୍ଷ ମଧ୍ୟରେ ସବୁଠାରୁ କମ୍। ଶେଷ ଥର ପାଇଁ ୧୯୯୮ରେ ଅଶୋଧିତ ତୈଳ ଏହି ସ୍ତରରେ ରହିଥିଲା । ଆଗକୁ ଆମେରିକୀୟ ତୈଳ ଦର ୧୦ ଡଲାରକୁ ଖସିଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ପାଇଁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପର ଫଳସ୍ବରୂପ ବଜାରରେ ତୈଳ ଚାହିଦାରେ ବହୁଗୁଣ ହ୍ରାସ ଘଟିଛି।
ସର୍ବନିମ୍ନସ୍ତରରେ ଅଶୋଧିତ ତୈଳ ଦର, ବ୍ୟାରେଲକୁ ୧୨ ଡ଼ଲାର
Popular Categories



