www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ଅପଡେଟ : ୫୪ଟି ଜିଲ୍ଲାରେ ୧୪ ଦିନ ମଧ୍ୟରେ ନୂଆ ସଂକ୍ରମଣ ମାମଲା ନାହିଁ

ନୂଆଦିଲ୍ଲୀ : ଦେଶର ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୪ଟି ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ ନୂଆ ସଂକ୍ରମଣ ମାମଲା ନଜରକୁ ଆସି ନାହିଁ। ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କ ଚିକିତ୍ସା ପାଇଁ ଦେଶରେ ୭୫୫ଟି ଉତ୍ସର୍ଗୀକୃତ ହସ୍ପିଟାଲ୍‍ ଓ ୧ ,୩୭୯ଟି ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା କେନ୍ଦ୍ର କାର୍ଯ୍ୟ କରୁଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି।

ରବିବାର ନୂଆଦିଲ୍ଲୀ ରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩ ଶହ ୩୪ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫,୭୧୨ରେ ପହଞ୍ଚିଛି। ଏହି ଭୂତାଣୁରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ୫୦୭ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ବର୍ତ୍ତମାନ ୧୨,୯୭୪ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା ଚାଲିଛି। ୨,୨୩୧ ଜଣ ସଂକ୍ରମିତ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇଯିବା ପରେ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଛି।

- Advertisement -

ଲକ୍‍ଡାଉନ୍‍ ସମୟରେ ଆସନ୍ତାକାଲିଠାରୁ ଯେଉଁ ଯେଉଁ ସେବାକ୍ଷେତ୍ର ଉପରୁ କଟକଣା କୋହଳ କରାଯିବ, ମନ୍ତ୍ରଣାଳୟ ମୁଖପାତ୍ର ସେସବୁର ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି। ସିନେମା ହଲ୍‍, ସପିଙ୍ଗ୍‍ ମଲ୍‍ ଏବଂ ଧାର୍ମିକ ସ୍ଥଳୀଗୁଡ଼ିକ ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ୍‍ ରହିବ ବୋଲି ସେ କହିଛନ୍ତି। ଅବରୋଧ ଅଞ୍ଚଳଗୁଡ଼ିକରେ ଏହି କୋହଳ ନିୟମ କାର୍ଯ୍ୟକାରୀ ହେବ ନାହିଁ ଏବଂ ସେହିସବୁ ସ୍ଥାନରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ ବୋଲି ସେ କହିଛନ୍ତି। ଏହି ରୋଗର ପ୍ରତିଷେଧକ ଏବଂ ଔଷଧ ପରୀକ୍ଷଣ ପାଇଁ ଗବେଷଣା ସକାଶେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଥିବା ବିଷୟ ସେ ସୂଚନା ଦେଇଛନ୍ତି। ଏଥିରେ ଉପସ୍ଥିତ
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ସ୍ୱାସ୍ଥ୍ୟସେବା ଦଳପାଇଁ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ଭାରତୀୟ ଭେଷଜ ଗବେଷଣା ପରିଷଦର ମୁଖପାତ୍ର କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ୩,୮୬,000  କୋଭିଡ-୧୯ ପରୀକ୍ଷା କରାଯାଇଛି। କୋଭିଡ-୧୯ର ପ୍ରତିଷେଧକ ବାହାର କରିବାପାଇଁ ୭୦ଟି ବିଭିନ୍ନ ଦଳର ଚିକିତ୍ସା ବିଜ୍ଞାନୀମାନେ ଲାଗିପଡ଼ିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories