www.samajalive.in
Thursday, December 11, 2025
26.1 C
Bhubaneswar

୪୦ ବସ୍ତା ପାନମସଲା ଜବତ; ଗୋଦାମ ମାଲିକ ଅଟକ

ବ୍ରଜରାଜନଗର: ଲକ ଡାଉନ-୨ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡ଼ ଲାଇନ ଜାରି କରିଛନ୍ତି। ମଦ, ଗୁଟଖା ଓ ତମାଖୁ ବିକ୍ରିକୁ ନିଷେଧ କରାଯାଇଛି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଧାର୍ଯ୍ୟ ହୋଇଛି । ମାତ୍ର ଗୁଟଖା ଓ ତମାଖୁ ଦୋକାନୀ ଚୋରାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ବେଆଇନ ପାନ ମସଲା ବିକ୍ରି ଅଭିଯୋଗରେ ରବିବାର ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ଗାନ୍ଧିଛକ ସ୍ଥିତ ପ୍ରୀତି ପାନ ମସଲା ଦୋକାନ ଓ ଗୋଦାମ ଉପରେ ଚଢ଼ଉ କରାଯାଇଥିଲା।  ଏହା ସହିତ  ଦୋକାନ ମାଲିକଙ୍କ ଇଟାଭଟା ସ୍ଥିତ ବାସଭବନରେ ମଧ୍ୟ ଚଢାଇ କରାଯାଇ ଉଭୟ ସ୍ଥାନରୁ ମୋଟ ୪୦ ବସ୍ତା ପାନ ମସଲା, ସିଗାରେଟ, ଗୁଟଖା ତଥା ପାନ ଜାତ ଦ୍ରବ୍ୟ ପୁଲିସ ଜବତ କରିଛି। ଏହି ଘଟଣାରେ ପୁଲିସ ଦୋକାନ ମାଲିକ ପଦ୍ମଲୋଚନ ବୁଦ୍ଧିଆକୁ ଅଟକ ରଖିଛି। ଏହି ଚଢ଼ାଉରେ ବ୍ରଜରାଜନଗର ଆଇଆଇସି ଲଳିତା ମୋଦି, ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲ, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଚୂଡ଼ାମଣି ମହାନନ୍ଦ, ଏସଆଇ ପ୍ରଦ୍ୟୁମ୍ନ ସ୍ୱାଇଁ, ଏଏସଆଇ ହୀରାଧର ବେହେରା ସାମିଲ ରହିଥିଲେ। ବିକ୍ରିକର (ଜିଏସଟି) ବିଭାଗର ଉପ କମିଶନର ସୁବୋଧ ପଣ୍ଡା ପହଞ୍ଚି ଜବତ ସାମଗ୍ରୀର ଯାଞ୍ଚ କରୁଛନ୍ତି। ସେପଟେ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଉଛି।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories