www.samajalive.in
Monday, December 8, 2025
20.1 C
Bhubaneswar

କରୋନା ମହାମାରୀ କର୍ମକ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ : ଦେବଜାନୀ ଘୋଷ

ନୂଆଦିଲ୍ଲୀ: କରୋନା ମହାମାରୀ କାର୍ଯ୍ୟକ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ, ଆଉଟସୋର୍ସିଙ୍ଗ୍‍କୁ ପ୍ରୋତ୍ସାହନ ମିଳିବ ଏବଂ କର୍ମକ୍ଷେତ୍ରରେ ମହିଳାମାନଙ୍କର ଅଧିକ ଭାଗିଦାରୀ ପ୍ରତି ଧ୍ୟାନ ଦେଇ କର୍ମକ୍ଷେତ୍ରରେ ସନ୍ତୁଳନ ରକ୍ଷା ହେବ। କର୍ମକ୍ଷେତ୍ରରେ ସନ୍ତୁଳନ ରକ୍ଷା ହେବ। ଶନିବାର ‘କୋଭିଡ଼୍‍-୧୯ ଓ କାର୍ଯ୍ୟକ୍ଷେତ୍ରର ଭବିଷ୍ୟତ’ ଶୀର୍ଷକକୁ ନେଇ ଅନୁଷ୍ଠିତ ଏକ ଅଧିବେଶନରେ ନେସକମ୍‍ ଅଧ୍ୟକ୍ଷ ଦେବଜାନୀ ଘୋଷ ଏହା କହିଛନ୍ତି। ଅନେକ ଶିଳ୍ପ ବିଶେଷଜ୍ଞମାନେ ଏହି ଅଧିବେଶନରେ ଭାଗ ନେଇ ନିଜ ନିଜର ମତବ୍ୟକ୍ତ କରିଥିଲେ।
ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି, କରୋନା ଲକ୍‍ଡାଉନ୍‍ ଯୋଗୁଁ ଭାରତର ଜନ ଜୀବନ ତଥା କାର୍ଯ୍ୟ ଶୃଙ୍ଖଳ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ସେ ପୁନଶ୍ଚ କହିଛନ୍ତି, ଏହି ମହାମାରୀ ଏକ ଅଦ୍ଭୁତ ଆହ୍ୱାନ ସୃଷ୍ଟି କରିଛି, ଯାହା ଜଟିଳ ଏବଂ ଅପ୍ରତ୍ୟାଶିତ। ଆମେ ବହୁତ ଅଶାନ୍ତ ସମୟ ଦେଇ ଗତି କରୁଛେ। ଏହି ସମୟ କାର୍ଯ୍ୟଧାରାକୁ ବ୍ୟାପକ ରୂପେ ପ୍ରଭାବିତ କରିବ। ଅପର ପକ୍ଷରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ୩ ମେ ପର୍ଯ୍ୟନ୍ତ ୪୦ ଦିନିଆ ଲକ୍‍ଡାଉନ୍‍ ଜାରି ରହିଛି। ଏହା ସହିତ ଆରୋଗ୍ୟ ସେତୁ ୫ କୋଟି ଡାଉନଲୋଡ଼୍‍ରେ ପହଞ୍ଚି ଦୁନିଆର ଅଧିକ ବ୍ୟବହୃତ ତଥା ଦ୍ରୁତଗାମୀ ଆପ୍‍ ପାଲଟିଛି ବୋଲି ସିଇଓ କାନ୍ତ ମତବ୍ୟକ୍ତ କରିଛନ୍ତି।
ବିଶ୍ୱ ବ୍ୟାଙ୍କ୍‍ର ଦେଶ ନିର୍ଦ୍ଦେଶକ(ଭାରତ) ଜୁନୈଦ କମଲ ଅହମଦ ଏହି ଅଧିବେଶନରେ ଭାଗ ନେଇ ବିକାଶଶୀଳ ଦେଶଗୁଡ଼ିକ ପାଇଁ କହିଛନ୍ତି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ରାଜ୍ୟମାନେ ନିଜ ପାରମ୍ପରିକ କାର୍ଯ୍ୟଶୈଳୀକୁ ପରିବର୍ତ୍ତନ କରନ୍ତୁ। ସେ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନା ଏକ ଉଚ୍ଚକୋଟିର ପଦକ୍ଷେପ, କିନ୍ତୁ ଆଗାମୀ ବର୍ଷଗୁଡ଼ିକରେ ଭାରତ ଏହାଠାରୁ ଆହୁରି ଆଗକୁ ବଢିବ ବୋଲି ସୁନିଶ୍ଚିତ କରିବାକୁ ପଡ଼ିବ।
ଅପରପକ୍ଷରେ ଟିମଲିଜ୍‍ର ଅଧ୍ୟକ୍ଷ ମନୀଷ ସଭରୱାଲ କହିଛନ୍ତି, ଘରୁ କାମ କରିବା ଦ୍ୱାରା କାର୍ଯ୍ୟ ଜାରି ରହିଛି କିନ୍ତୁ ଉତ୍ପାଦକତା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories