www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତାରେ ଘଣ୍ଟାଘଣ୍ଟା ପଡ଼ିଥିଲା ଟଙ୍କା; କେହି ଉଠାଇଲେ ନାହିଁ

ନୂଆଦିଲ୍ଲୀ: ରାସ୍ତାରେ ପଡ଼ିଥିଲା ୫ଶହ ଟଙ୍କିଆ ନୋଟ୍ । ଘଣ୍ଟାଘଣ୍ଟା  ଟଙ୍କା ପଡ଼ିଥିଲେ ବି କେହି ଉଠାଇଲେ ନାହିଁ । ଓଲଟି ପୁଲିସକୁଖବର ଦେଲେ । ପୁଲିସ ହାତରେ ଦସ୍ତାନା ଲଗାଇ ନୋଟକୁ ଉଠାଇ ଲଫାପାରେ ଭର୍ତିକଲା । କାହାର ନୋଟ୍ ଖୋଜିଲା । ଶେଷରେ ନୋଟ ହଜାଇଥିବା ମହିଳାଙ୍କୁ ଟଙ୍କା ହସ୍ତାନ୍ତର କରିବା ବେଳେ ପୁଲିସ ଅଧିକାରୀ କହିଲେ – ସତରେ କଣ ରାମରାଜ୍ୟ ଆସିଗଲା କି ? ଘଟଣାଟି ଘଟିଛି ଦିଲ୍ଲୀରେ ।

ଗୁରୁବାର ଦିନ ଦିଲ୍ଲୀର କେଶଭପୁରମ୍ ଅଞ୍ଚଳରେ ରାସ୍ତାରେ ୫ଶହ ଟଙ୍କିଆ ୩ଟି ନୋଟ୍ ପଡିଥିବାର ଲୋକମାନେ ଦେଖିଥିଲେ । ହେଲେ କେହି ଏହି ଟଙ୍କାକୁ ଉଠାଇଲେ ନାହିଁ । କାଳେ କରୋନା ସଂକ୍ରମଣ ପାଇଁ କେହି ଏହାକୁ ପକାଇଥିବା ଭାବି ଲୋକମାନେ ଏହାକୁ ନେଇ ପୁଲିସକୁ ଖବର ଦେଲେ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ଏହାକୁ ଯାଞ୍ଚ ପାଇଁ ନେବା ସହ ସମଗ୍ର ଅଞ୍ଚଳକୁ ସିଲ୍ କରି ଦେଲା ।

- Advertisement -

ପରେ ଜଣାପଡ଼ିଲା ଟଙ୍କା ଜଣେ ଶିକ୍ଷୟିତ୍ରୀଙ୍କର । ସେ ଟଙ୍କା ଏଟିଏମରୁ ଉଠାଇବା ପରେ କରୋନା ଭୂତାଣୁ ଭୟରେ ତାହାକୁ ସାବୁନ୍ ପାଣିରେ ଧୋଇଥିଲେ । ଧୋଇଥିବା ଓଦା ଟଙ୍କାକୁ ଘରର ବାଲ୍କୋନିରେ ଶୁଖାଇଥିଲେ । ମାତ୍ର ପରେ ଦେଖିବା ବେଳକୁ ସେହି ଟଙ୍କାରୁ ୩ ଖଣ୍ଡ ୫ଶହ ଟଙ୍କିଆ ନୋଟ୍ କେଉଁଆଡ଼େ ଉଡ଼ି ଯାଇଛି । ମହିଳାଙ୍କ କଥା ଶୁଣି ଥାନା ଅଧିକାରୀ ଉଦ୍ଧାର ହୋଇଥିବା ନୋଟ୍ ସିରିଜ୍ ସହ ମହିଳା ଏଟିଏମରୁ ଆଣିଥିବା ନୋଟ୍ ର ସିରିଜ ମିଶାଇଥିଲେ ।  ମହିଳାଙ୍କ ଏଟିଏମ୍ ର ସ୍ଲିପ୍ ଦେଖିବା ପରେ ଟଙ୍କାକୁ ତାଙ୍କୁ ହସ୍ତାନ୍ତର କରିଥିଲେ ।

ଅନୁରୂପ ଭାବରେ ରାଞ୍ଚିରେ ମଧ୍ୟ ଏକ ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ୫୦୦ ଟଙ୍କିଆ ନୋଟ ପଡ଼ିଥିଲେ ମଧ୍ୟ କେହି ନ ଉଠାଇ ପୁଲିସକୁ ଖବର ଦେଇଛନ୍ତି । ପୁଲିସ ଟଙ୍କାକୁ ଜବତ କରିଛି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories