www.samajalive.in
Thursday, December 11, 2025
27.1 C
Bhubaneswar

ଗୋଟିଏ ସପ୍ତାହରେ ସିବିଡିଟି ଫେରସ୍ତ କରିଛି ୪୨୫୦ କୋଟି ବଳକା ଟିକସ

ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ସପ୍ତାହେ ଭିତରେ ୪୨୫୦ କୋଟି ଟଙ୍କା ସମ୍ବଳିତ ୧୦ଲକ୍ଷ ଟିକସ ଦାତାଙ୍କୁ ବଳକା ଟିକସ ଫେରସ୍ତ କରିଛି। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଫେରସ୍ତ କରାଯାଇଥିବା ୨କୋଟି ୫୦ଲକ୍ଷ ବଳକା ଟିକସ ଅର୍ଥ ବ୍ୟତୀତ ଏହି ଅର୍ଥ ଫେରସ୍ତ କରାଯାଇଛି। ଫଳରେ ଏପର୍ୟ୍ୟନ୍ତ ୧ଲକ୍ଷ ୮୪ହଜାର କୋଟି ଟଙ୍କାର ବଳକା ଟିକସ ଫେରସ୍ତ କରାଯାଇଛି। କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ଟିକସଦାତାମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବକେୟା ଥିବା ଟିକସ ଫେରସ୍ତ ଦେବାକୁ ସିବିଡିଟି ଗତ ସପ୍ତାହରେ ଘୋଷଣା କରିଥିଲା।

ସିବିଡିଟି କହିଛି, ଚଳିତ ସପ୍ତାହରେ ଆଉ ୧ଲକ୍ଷ ୭୫ହଜାର ଲୋକଙ୍କୁ ବଳକା ଟିକସ ଫେରସ୍ତ ଦିଆଯିବ। ଏ
ବାବଦରେ ଫେରସ୍ତ ହୋଇଥିବା ଅର୍ଥ ୫ରୁ ୭ ଦିନ ମଧ୍ୟରେ ସିଧାଯାଇ ଟିକସଦାତାମାନଙ୍କର ବ୍ୟାଙ୍କ୍‍ ଜମାଖାତାରେ ପହଞ୍ଚିବ। ତେବେ ଯେଉଁ ଟିକସ ଦାତାମାନଙ୍କର ବଳକା ଟିକସ ଫେରସ୍ତ ପାଇବାକୁ ରହିଛି
ସେମାନଙ୍କ ମଧ୍ୟରୁ ୧ଲକ୍ଷ ୭୪ହଜାର ଟିକସ ଦାତାଙ୍କଠାରୁ ଇ-ମେଲ୍‍କୁ ଅପେକ୍ଷା କରାଯାଇଛି। ସେହି ଟିକସଦାତାମାନଙ୍କ ନିକଟକୁ ପୁନର୍ବାର ଇମେଲ୍‍ କରାଯାଇଛି। ସିବିଡିଟି କହିଛି, ଟିକସଦାତାମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆୟକର ବିଭାଗ ଦ୍ୱାରା ପୁନର୍ବାର ଇ-ମେଲ୍‍ ପଠାଯାଇଛି।
ଏହାଦ୍ୱାରା ସେମାନଙ୍କର ବଳକା ଟିକସ, ବ୍ୟାଙ୍କ୍‍ ଜମାଖାତା ଓ ଆପତ୍ତି ଅଭିଯୋଗଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ତଥ୍ୟ ମିଳିପାରିବ। ଆୟକର ବିଭାଗର ଇ-ମେଲ୍‍ର ଶୀଘ୍ର ଜବାବ ଦେବାକୁ ସିବିଡିଟି ଟିକସଦାତାମାନଙ୍କୁ ଅନୁରୋଧ କରିଛି। ଯାହାଫଳରେ ସେମାନଙ୍କୁ ଶୀଘ୍ର ସେମାନଙ୍କର ବଳକା ଟିକସ ଫେରସ୍ତ କରାଯାଇ ପାରିବ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories