www.samajalive.in
Monday, December 8, 2025
27.1 C
Bhubaneswar

ଭାରତ ପାଇଁ ଆମେରିକା ଖୋଲିଦେଲା ନିଜ ଔଷଧ ବଜାର

ନୂଆଦିଲ୍ଲୀ: କୋରୋନା ସଂକଟ ବେଳେ ଏକ ଉତ୍ତମ ବନ୍ଧୁର ଦାୟିତ୍ୱ ତୁଲାଇଛି ଭାରତ। ଆମେରିକାକୁ ଏହି ସଂକଟ ସମୟରେ ହାଇଡ୍ରୋକ୍ଲୋରୋ କୁଇନ ବଟିକା ଦେଇ ସଂକଟ ସମୟରେ ସହାୟତାର ହାତ ବଢାଇଛି ଭାରତ। ସେପଟେ ଏହି ସହାୟତା ପାଇଁ ଭାରତକୁ ଭୁରି ଭୁରି ପ୍ରଶଂସା କରିଛି ଆମେରିକି। ଏପରିକି ଆମେରିକା ଯଥା ସମ୍ଭବ ଋଣ ସୁଝିବାକୁ ପ୍ରୟାସ କରିଛି।

ମିଳିଥିବା ସୂଚନା ମୁତାବକ, ଆମେରିକା ଏହି ଔଷଧ ପାଇବା ପରେ ଭାରତୀୟ କମ୍ପାନୀ ଗୁଡ଼ିକ ପାଇଁ ଆମେରିକା ତାର ବଜାରକୁ ଖୋଲି ଦେଇଛି। ଆମେରିକା ହେଉଛି ଦୁନିଆର ସବୁଠାରୁ ବଡ଼ ଫାର୍ମା ବଜାର। କୋରୋନା ପୂର୍ବରୁ ଭାରତୀୟ ଔଷଧ କମ୍ପାନୀ ଗୁଡିକ ପାଇଁ ଆମେରିକାରେ ନିଜର ବ୍ୟବସାୟ କରିବାକୁ ଅନେକ ସମସ୍ୟା ସୃଷ୍ଟି ହେଉଥିଲା। ଆମେରିକୀୟ ସଂସ୍ଥା ଯାହାର ନାମ ଏଫଡିଏ ଭାରତୀୟ କମ୍ପାନୀ ଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରୁଥିଲା।

- Advertisement -

ସୂଚନା ଯୋଗ୍ୟ,  ଆମେରିକା ଯେତେବେଳେ ହାଇଡ୍ରୋକ୍ଲୋରୋ କୁଇନ ଭାରତକୁ ମାଗିଥିଲା, ସେତେବେଳେ ମୋଦି ଏକାଧିକ ପ୍ରସ୍ତାବ ଆମେରିକା ସମ୍ମୁଖରେ ରଖିଥିଲେ। ସେଗୁଡ଼ିକ ମଧ୍ୟରେ ଏହି ଫାର୍ମା ବଜାରର ସମସ୍ୟାକୁ ହଟାଇବା ପାଇଁ ଆମେରିକାକୁ କହିଥିଲେ। ଏହି ସମସ୍ୟା ହଟିଗଲେ ସେଠାରେ ଏହି ହାଇଡ୍ରାକ୍ଲୋରୋ କୁଇନ ସହଜରେ ଉପଲବ୍ଧ ହୋଇ ପାରିବ ବୋଲି ମୋଦି କହିଥିଲେ। ତେବେ ଏହି ଅନୁମତି ମିଳିବା ପରେ ସିପ୍ଲା, ଅରୋବିନ୍ଦ, ଅଜନ୍ଥା, କ୍ୟାଡ଼ିଲା, ଗ୍ରନୁଲେସ, ଡା। ରେଡ୍ଡୀସ ଲ୍ୟାବ, ଲୁପିନ, ଷ୍ଟ୍ରାଇଡ଼ସ, ବାଇକନ, ଆଇପିସିଏ ପ୍ରମୁଖ କମ୍ପାନୀ ଗୁଡ଼ିକ ଆମେରିକାରେ ବ୍ୟବସାୟ କରିପାରିବେ ବୋଲି ସୂଚନା ରହିଛି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories