www.samajalive.in
Monday, December 8, 2025
27.1 C
Bhubaneswar

ଚୀନକୁ ଆର୍ଥିକ ଝଟକା ଦେବା ପାଇଁ କୁଟନୈତିକ ରଣନୀତି ଆରମ୍ଭ !

ନୂଆଦିଲ୍ଲୀ: ବର୍ତ୍ତମାନ କୋରୋନାକୁ ନେଇ ସମଗ୍ର ବିଶ୍ୱ ଉପରେ ଖପ୍ପା। ଏପରିକି ଚୀନର ଆର୍ଥିକ ବ୍ୟବସ୍ଥାକୁ ଭୁଶୁଡ଼ାଇବାକୁ ଅନ୍ୟ ରାଷ୍ଟ୍ର ଗୁଡ଼ିକ କୁଟନୈତିକ ରଣନୀତି ଆରମ୍ଭ କରିସାରିଲେଣି। ନିକଟରେ ଜାପାନ, ଆମେରିକା, ଦକ୍ଷିଣ କୋରିଆ ପ୍ରମୁଖ ରାଷ୍ଟ୍ର ଗୁଡ଼ିକ ଚୀନରୁ ତାଙ୍କ ଶିଳ୍ପକୁ ହଟାଇବାକୁ ସୂଚନା ଦେଇଥିଲେ। ଏପରିକି ଜାପାନ ତାର କାର୍ଯ୍ୟ ଆରମ୍ଭ କରିଦେଇଥିବା ସୂଚନା ରହିଛି। ସେପଟେ ଭାରତ ମଧ୍ୟ ତାର କୂଟନୈତିକ ରଣନୀତି ଆରମ୍ଭ କରିଦେଇଛି।

ଏହି କ୍ରମରେ ଦେଶରେ ଶିଳ୍ପର ସମୃଦ୍ଧି ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ଆଉ ଏହାର ଭରପୁର ସୁଯୋଗ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ଭାରତ। ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି।

- Advertisement -

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦୁଇ ନେତା ମଧ୍ୟ କୋରୋନା ମୁକାବିଲା ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିବା ଜଣାପଡ଼ିଛି। ଏହା ସହିତ ଚୀନ ବିପକ୍ଷରେ କିପରି ଏକ ଆର୍ଥିକ ଯୁଦ୍ଧ କରାଯିବ ସେ ନେଇ ମଧ୍ୟ ସବିଶେଷ ଆଲୋଚନା କରିଥିବା ଜଣାପଡ଼ିଛି।  ଚୀନରୁ ଜାପାନ ତାର କମ୍ପାନୀକୁ ମଧ୍ୟ ହଟାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ତେବେ ସେହି କମ୍ପାନୀ ଗୁଡ଼ିକୁ ଭାରତକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସେପଟେ ମୋଦି ଓ ଆବେଙ୍କ ମଧ୍ୟରେ ଆଲୋଚନା ବେଶ ଗୁରୁତ୍ୱ ବହନ କରେ। କାରଣ ଜାପାନ ପରେ ପଦକ୍ଷେପ ପରେ ଦୁନିଆର ଅନ୍ୟ ପ୍ରମୁଖ ରାଷ୍ଟ୍ର ଗୁଡ଼ିକ ମଧ୍ୟ ଚୀନରୁ ନିଜର ଶିଳ୍ପ ଗୁଡ଼ିକ ହଟାଇବାକୁ ଉଦ୍ୟମ କରୁଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories