ନୂଆଦିଲ୍ଲୀ : କରୋନା ଓ ତାଲାବନ୍ଦକୁ ନେଇ ଗୁରୁବାର ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହ ସମ୍ମିଳନୀରେ ସେ ଦେଶରେ ସ୍ଥିତି ଗମ୍ଭୀର ଆମ ସମସ୍ତଙ୍କୁ ଏକାଠି ହୋଇ କାମ କରିବା ଜରୁରୀ ବୋଲି କହିଛନ୍ତି। କରୋନା ପାଇଁ ଲକଡାଉନ ଗୁରୁତ୍ୱପୂର୍ଣ୍ଣ ନୁହେଁ । କୌଣସି ବି ପରିସ୍ଥିତିରେ ଲକଡାଉନ କରୋନାକୁ ପରାସ୍ତ କରିପାରିବ ନାହିଁ। ଏହା କେବଳ ଭାଇରସକୁ କିଛି କ୍ଷଣ ପାଇଁ ଅଟକାଇ ଦେଇପାରିବ। ଭାଇରସକୁ ହରାଇବାକୁ ହେଲେ ଆମକୁ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡ଼ିବ। ଏବେ ସରକାର କେବଳ ଭାଇରସ ପଛରେ ଦଉଡ଼ିଛନ୍ତି। ବିନା ପରୀକ୍ଷାରେ ଭାରତରେ ମହାମାରୀ କରୋନା ସ୍ଥିତି କ’ଣ ସେକଥା ଜାଣିବା କଷ୍ଟକର। ଏବେ ପରୀକ୍ଷା ବହୁତ କମ ହେଉଛି। ତେଣୁ ଟେଷ୍ଟିଂ ପ୍ରକ୍ରିୟାକୁ ବଢ଼ାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ଆମେ କରୋନା ସ୍ଥିତି ଜାଣିବା ସହ ଏହାକୁ ପରାସ୍ତ କରିପାରିବା।



